କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ

0 220

ବାରଙ୍ଗ,୨୮/୮(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଶ୍ରୀ ପ୍ରତାପ କୁମାର ସ୍ୱାଇଁଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମିଳିଛି ।ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିଠି ନ. ୩୫୯୨୧ ତା ୨୫.୮.୨୦୨୨ତାରିଖରେ ନିଦ୍ଦେଶନାମା ଆସିଅଛି । ସୂଚନା ଯୋଗ୍ୟ ଯେ ଗତ ଜୁନ ୩୦ ଠାରୁ ବିଦାୟ ଅଧକ୍ଷଙ୍କ ଠାରୁ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଡ଼ ସୂର୍ଯ୍ୟକାନ୍ତ ପଣ୍ଡା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ଦାୟିତ୍ୱ ତୁଲାଉଥିଲେ । ଏହାପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରତାପ କୁମାର ସ୍ୱାଇଁଙ୍କ ନାମକୁ ସ୍ୱୀକୃତି ଦେଇଥିବାରୁ ସେ ଆଜିଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି ଓ ଶିକ୍ଷାନୁଷ୍ଠାନର ଉନ୍ନତି କରଣ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.