ସ୍କୁଲ ଚେସ ଚମ୍ପିୟାନସିପ ପ୍ରତିଯୋଗିତା ଉଦଘାଟିତ

0 166

ଚନ୍ଦ୍ରଶେଖରପୁର,୨୮/୮(ଏସଏସନିଉଜ) ମଞ୍ଚେଶ୍ୱର ସମେଇଗାଡ଼ିଆରେ ଜେ.ଏମ.ସ୍ପୋର୍ଟ୍ସ ଏକାଡେମି ତରଫରୁ ଦୁଇଦିନିଆ ସ୍କୁଲ ଚେସ ଚମ୍ପିୟାନସିପ ପ୍ରତି ଯୋଗିତା ରବିବାରଦିନ ଆରମ୍ଭ ହୋଇଛି । ଜାତୀୟ ସ୍ପୋର୍ଟ୍ସ ଦିବସ ଅବସରରେ ଏହି ପ୍ରତିଯୋଗୀତାକୁ ଆରମ୍ଭ କରାଯାଇଥିବାବେଳେ ଏଥିରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ବିଦ୍ୟାଳୟର ୧୩୪ଜଣ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଜେ.ଏମ.ସ୍ପୋର୍ଟ୍ସ ଏକାଡେମିର ଅଧକ୍ଷା ମୀରାରାଣୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏହାର ଆଇନ ପରାମର୍ଶଦାତା ସୁବ୍ରତ ମହାପାତ୍ର, ସମ୍ପାଦକ ଯୋଶବନ୍ତ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ । ଜ୍ୟୋତି ଶଙ୍କର ନନ୍ଦ,ଅବିନାଶ ଦାସ, ସତ୍ୟଜୀତ ପଟ୍ଟନାୟକ ପ୍ରମୁଖ ଏହାକୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.