ଭୁବନେଶ୍ୱର,୨୮/୮(ଏସଏସନିଉଜ) ଆଉ ମାତ୍ର କିଛି ଘଣ୍ଟାପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୩୦୦ରୁ ଅଧିକ ଦିନର ବ୍ୟବଧାନ ପରେ ଚଳିତ ଏସିଆ କପ୍ର ଦ୍ବିତୀୟ ମୁକାବିଲାରେ ସାମ୍ନାସାମ୍ନି ହେବେ ବିଶ୍ବ କ୍ରିକେଟ୍ର ଏହି ଦୁଇଟି ସର୍ବାଧିକ ଲୋକପ୍ରିୟ ଦଳ।ଯାହାକୁନେଇ ବେଶ ଉସ୍ାହିତ ଅଛନ୍ତି ଦୁଇ ଦେଶର କ୍ରିକେଟ୍ପ୍ରେମୀ ।ସବୁଆଡେ ପୁଣି ଚର୍ଚ୍ଚା ଯୋରଧରିଛି ।କିଏ ଜିତିବ ,ଭାରତ ନା ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ହେବାକୁ ଯାଉଛି ।