ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

0 144

ଢେଙ୍କାନାଳ, ୨୮/୮(ଏସଏସନିଉଜ) କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେବାରୁ ଏହି ଅଘଟଣ ଘଟିଛି ।ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ ବୋଲି ଜଣାପଡିଛି ।ମହୁଲ ତେଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି
ଏହି ଘଟଣାରେ ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହାୟତା ନେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ଆଉ ୨୦,୦୦୦ ଟଙ୍କା ଜିଲ୍ଲା ରେଡକ୍ରସ ଫଣ୍ଡରୁ ମିଳିବ ବୋଲି କୁହାଯାଇଛି ।

Leave A Reply

Your email address will not be published.