କୁଞ୍ଜବିହାରୀ ମହାବିଦ୍ୟାଳୟରେ ପାଳନ ହେଲା ଏଡ୍ସ ଦିବସ

0 77

ବାରଙ୍ଗ,୨।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଙ୍କ ଦ୍ୱାରା ଅନ୍ତର୍ଜାତୀୟ ଏଡ୍ସ ଦିବସ ପାଳନ ହୋଇଯାଇଛି।ସମନ୍ୱିତ ଯୁବ ବିକାଶ କାର‌୍ୟ୍ୟକ୍ରମ କମିଟି ଦ୍ୱାରା ଆୟୋଜିତ ଏହି ସଚେତନତା କାଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଏଡ୍ସ ବ୍ୟାଧିର ଭୟବହାତ ଉପରେ ଆଲୋକ ପାତକରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ସ୍ଥାନିଅ ଅଂଚଳ ରେ ପ୍ଲାକାଡ ଧରି ରାଲିରେ ଯାଇ ଲୋକମାନଙ୍କୁ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଞ୍ଜଯୋକ ଡ଼ ସନ୍ତୋଷ କୁମାର ମିଶ୍ର ଓ ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ଅନିଲ କୁମାର ପାଢ଼ୀ, ସ୍କାଉଟ ଓ ଗାଇଡ଼ ଓ ଯୁବ ରେଡକ୍ରସ ର ସଂଯୋଜକ ଯଥା ଡ଼ ଜୟଶ୍ରୀ ନନ୍ଦ, ଶ୍ରୀ ପ୍ରକାଶ ପରିଡା, ଶ୍ରୀ ସୁକାନ୍ତ ରାଉତ, ଡ଼ ପ୍ରବୀର ମହାନ୍ତି ।

Leave A Reply

Your email address will not be published.