ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

0 67

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା ଭାରତର ପ୍ରାୟ ୧୧ ଲକ୍ଷ ଫୁଟବଲ ସାଢେ ୧୧ ଲକ୍ଷ ସ୍କୁଲରେ ବଣ୍ଟାଯିବ । ଯାହାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ଫିଫା ଖର୍ଚ୍ଚ କରିବ। ବିନା ମୂଲ୍ୟରେ ଫିଫା ଭାରତର ସବୁ ସ୍କୁଲରେ ମାଗଣାରେ ବାଣ୍ଟିବ। ଓଡ଼ିଶାରେ ମଧ୍ୟ ସାଢେ ୫ ହଜାର ସ୍କୁଲରେ ୩୦ ହଜାର ଫୁଟବଲ ବିତରଣର ବ୍ୟବସ୍ଥା କରାଯିବ । କେବଳ ଫୁଟବଲ ବିତରଣ ନୁହେଁ ଫିଫା ଭାରତ ସମସ୍ତ ବିଦ୍ୟାଳୟର ଖେଳ ଶିକ୍ଷକଙ୍କୁ ଫୁଟବଲ ଖେଳିବାର ଟ୍ରିକ ଆଉ ଟେକନିକ ନେଇ ପ୍ରଶିକ୍ଷଣ ଦେବ । କେନ୍ଦ୍ରମନ୍ତ୍ରୀଙ୍କୁ ବାରଙ୍ଗରୁ ପାରମ୍ପରିକ ବାଦ୍ୟ ବଜାଇ, ଫୁଲାତୋଡ଼ା ଦେଇ ବାରଙ୍ଗ ବିଜେପି ୩୨ ନମ୍ବର ଜୋନର ଜିଲ୍ଲପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ସ୍ୱାଗତ କରିଥିଲେ । ଯେଉଁଥିରେ ଆଖପାଖ ଅଞ୍ଚଳର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସଭାପତି କଲ୍ୟାଣ ଚୌବେ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା ଶର୍ମାଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ, ଶିକ୍ଷକ-ଶିକ୍ଷୟତ୍ରୀ, ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.