ନନ୍ଦନକାନନରେ ବାରସିଂଘା ମୃତ୍ୟୁ

0 73

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ ଭିତରେ ମାରପିଟ୍ ହୋଇ ମୃତ୍ୟୁ ବରଣ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସୂଚନା ମିଳିଛି । ତେବେ ଏହି ବାରସିଂହା ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୦ ରେ ପହଁଚିଛି ।

Leave A Reply

Your email address will not be published.