ଲାଞ୍ଚ ନେଇ ଫସିଗଲେ ଏ ଏସ ଆଇ

0 5,425

ଭୁବନେଶ୍ବର:୧୯/୧୧-ପୁଣି ଖାକିରେ  କଳଙ୍କ । ଜଣେ ବ୍ୟକ୍ତିଙ୍କ ଠାରୁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାର୍ଯ୍ୟରତ ପୋଲିସ ବାବୁ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର  ଥାନାରେ । ପ୍ରକାଶ ଯେ , ଗତ କାଲି ରାତିରେ ଉକ୍ତ ଥାନା ଅଞ୍ଚଳର   ସୁଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ଙ୍କ ଏକ ଗାଡିକୁ  ରିଲିଜ କରିଦେବା ବାବଦରେ  ଥାନା ଏ ଏସ୍ ଆଇ କେଦାରସ୍ବର ନନ୍ଦ  2000ଟଙ୍କା ଦାବି କରିଥିଲେ । ସୁଶାନ୍ତ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ମୁତାବକ ସବଇନ୍ସପେକ୍ଟର କେଦାରସ୍ୱର ନନ୍ଦ ୨୦୦୦ ଟଙ୍କା  ଲାଞ୍ଚ ନେଉଥିବା ବେଳେ ରେଡ ହାଣ୍ଡ ରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ତାଙ୍କୁ କୋର୍ଟଚାଲଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.