ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ

ଭୁବନେଶ୍ବର, ୧୦/୧୨(ଏସଏସନିୟୁଜ)ଆସିଥିଲେ ଲୁଟିବାକୁ ।ଲୁଟ ଉଦ୍ୟମ ମଧ୍ୟ କରିଥିଲେ ।ଜଣେ ଯୁବକଙ୍କ ବ୍ୟାଗ ଓ ମୋବାଇଲ ଲୁଟିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ନିସ୍ତୁକ ମାଡ଼ ଖାଇବାସହ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ନେଇଥିଲେ । ଏହି ଘଟଣା ଡୁମୁଡୁମା ସତ୍ୟନଗର ଅଞ୍ଚଳରେ ଘଟିଛି । ଜଣେ କଲେଜ ଛାତ୍ର ଘରକୁ ଫେରୁଥିବା ବେଳେ ଲୁଟେରାଦ୍ବୟ ତାଙ୍କ ବ୍ୟାଗ୍ ଓ ମୋବାଇଲ୍ ଛଡ଼ାଇଥିଲେ। ନାବାଳକଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଲୁଟେରାଦ୍ବୟଙ୍କୁ କାବୁ କରି ନେଇଥିଲେ।

- Advertisement -

Leave A Reply

Your email address will not be published.