ଗଞ୍ଜାମ, ୧୦/୧୨(ଏସଏସନିୟୁଜ)ଜଣେ ବିବାହିତ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଗୋପାଳକୃଷ୍ଣ ବେହେରା ନାମକ ହାବିଲଦାର ଦୁଷ୍କର୍ମ କରିବାର ଅଭିଯୋଗ ରମ୍ଭା ଥାନାରେ ହୋଇଛି । ଗୋପାଳକୃଷ୍ଣ ବେହେରା ଅଷ୍ଟମ ବାଟାଲିଅନ୍ରେ ହାବିଲଦାର୍ ଭାବେ କାର୍ଯ୍ୟକରିବା ସହ ରମ୍ଭା ସହର ନିକଟ ଲକ୍ଷ୍ମୀପୁର ଗ୍ରାମରେ ରହୁଛନ୍ତି ।ଗତକାଲିରାତିରେ ଭଡାଘରେ ରହୁଥିବା ବିବାହିତ ମହିଳାଙ୍କ ଘରକୁଯାଇ ତାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲେ ।ଘେ ଏକୁଟିଆ ଥିବାର ଜାଣି ହାବିଲଦାର ଜଣଙ୍କ ପାଖରେ ରଖିଥିବା ମାରଣାସ୍ତ୍ର ଦେଖାଇ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ବାହରକୁ ପଳାଇଆସିଥିଲେ ।ପରେ ମହିଳାଜଣଙ୍କ ବାହାରକୁ ଆସି ଚିକ୍ତାର କରିବାପରେ ଗ୍ରାମବାସୀମାନେ ଘଟଣାବିଷୟରେ ଜାଣିବା ସହ ଏକାଠିହୋଇ ପିଡିତାମହିଳାଙ୍କୁ ସାଙ୍ଗରେ ଥାନାକୁ ନେଇ ଅଭିଯୋଗ କରିଥିଲେ । ଘଟଣାପରେ ହାବିଲଦାର ଫେରାର ହୋଇଯାଇଥିବାବେଳେ ପୀଡ଼ିତାଙ୍କ ଗାଁରେ ଏହାକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ରମ୍ଭା ଥାନାପୋଲିସ ୫୬୨/୨୧ କେସ୍ ନମ୍ବରରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିବାସହ ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ ମେଡିକାଲକୁ ପଠାଇଛି ।