ପୁରୀ,୧୦/୧୨(ଏସଏସନିୟୁଜ) ପୁଣି ଶ୍ରୀମନ୍ଦିରରେ ଜଣେ ବରିଷ୍ଠ ସେବାୟତ ଏକ ନାବାଳକକୁ ଯୌନ ନିର୍ଯାତନା ଦେଉଥିବାର ସିଂହଦ୍ୱାର ଥାନାରେ ଜଣେ ସେବାୟତ ଅଭିଯୋଗ ହୋଇଛି ।ଅଭିଯୋଗକାରୀ ସେବାୟତ ହେଉଛନ୍ତି ଜଣେ ଦୃଷ୍ଟିହୀନ । ତାଙ୍କର ଅଭିଯୋଗ ମୁତାବକ ସେ ଦୃଷ୍ଟିହିନ ହୋଇଥିବାରୁ ତାଙ୍କର ନାବାଳକ ପୁଅ ଶ୍ରୀମନ୍ଦିରକୁ ନେବା ଆଣିବା କରିଥାନ୍ତି । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି।କିଛିଦିନତଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡି ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ଭୁବନେଶ୍ଵରୀ ମନ୍ଦିରରେ ନାବାଳକ ଜଣଙ୍କ ଦର୍ଶନ କରୁଥିବା ବେଳେ ତାଙ୍କୁ ଭୟଭିତ କରାଇ ଯୌନ ନିର୍ଯାତନା ଦେଇଥିଲେ ।କାହାକୁ କହିଲେମ୍ଦିର ମଯୟରେ ପୁରାଇନଦେବାକୁ ଧମକ ମଧ୍ୟ ଦେଇଥିଲେ ।ଏହାପରଠାରୁ ପୁଅକୁ ସେବାୟତ ଜଣଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଚାଲିଛନ୍ତି ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇବାସହ ପରିବାରକୁ ସୁରକ୍ଷା ମାଗିଛନ୍ତି ।
