ଲାଣ୍ଡମାଇନ୍ ବିସ୍ଫୋରଣରେ ଏଏସ୍ଆଇ ସହିଦ୍, ଯବାନ ଗୁରୁତର

0 457

ମାଲକାନଗିରି, ୧୪/୩(ଏସଏସନିଉଜ) ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ସକାଳେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଫଳରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଗୁରୁତର ହୋଇଥିବା ଯବାନ ମହେଶ କୁମାରଙ୍କୁ ଉଦ୍ଧାର କରାଯାଇ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.