ଲକ୍ଷ୍ମଣ ରେଖା ପାରି ନକରିବାକୁ ଦେଲେ ଚେତାବନୀ

ଆଜିର ଖବର ତାରିଖ–୦୭-୦୯-୨୦୨୧(ମଙ୍ଗଳବାର)

0 230

୧. ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ ।
୨. ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।
୩. କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି ।
୪. ନୂଆଦିଲ୍ଲୀ ରେ INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ ।
୫. ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ ପ୍ରସ୍ତୁତି ।
୬. କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର (କେଭିକେ) ଓ ଭୁବନେଶ୍ୱରର ଅଣସରକାରୀ ସଂସ୍ଥା ନିଗମର ମିଳିତ ସହଯୋଗରେ ବାଲିପାଟଣା ବ୍ଲକରେ ଆଜି ଏକ କୃଷକ ଉତ୍ପାଦକ କଂପାନୀ ଲିମିଟେଡ ଉଦ୍‍ଘାଟିତ ହୋଇଯାଇଛି ।
୭. ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଦଳ ପାଞ୍ଚ ମ୍ୟାଚ୍‌ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ।
୮. IT କର୍ମଚାରୀଙ୍କ ପାଇଁ ଶେଷ ହେବାକୁ ଯାଉଛି ଓ୍ବାର୍କ ଫ୍ରମ୍‌ ହୋମ୍‌ ! ଅଫିସ ଆସି କାମ କରିବାକୁ ଯୋଜନା କରୁଛି ଅଗ୍ରଣୀ ସପ୍ଟଓ୍ବେୟାର କମ୍ପାନୀ TCS ।
୯. ଆଫଗାନିସ୍ତାନରେ କେମିତି ଚାଲିବ ଶାସନ ? ପରଦା ପଛରେ ସବୁ କରାଉଛି ପାକିସ୍ତାନ ।
୧୦. ରାଜ୍ୟ ସରକାର ବିଧାନସଭାରେ ଆଜି ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ।
୧୧. ଓଭାଲରେ ୫୦ ବର୍ଷ ପରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୧୯୭୧ରେ ଜିତିଥିଲା ଶେଷ ମ୍ୟାଚ୍…।
୧୨. କେରଳରେ ନିପା ଭୂତାଣୁ ସଂକ୍ରମଣରେ ବାଳକର ମୃତ୍ୟୁ, ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଠାରେ ଦେଖାଦେଲା ଲକ୍ଷଣ ।
୧୩. ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଚନ୍ଦ୍ର ଚତୁଃପାର୍ଶ୍ଵରେ ୯୦୦୦ରୁ ଅଧିକ ଥର ପରିକ୍ରମା ମାରି ସାରିଛି । ସେଥିରେ ଲାଗିଥିବା ଇମେଜିଙ୍ଗ ଓ ବୈଜ୍ଞାନିକ ଉପକରଣ ମାଧ୍ୟମରେ ଇସ୍ରୋକୁ ଉତ୍କୃଷ୍ଟ ତଥ୍ୟ ମିଳି ପାରୁଛି ।
୧୪. ୨୦୨୧ ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ) ର ସିଏସଆର ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ କରାଯାଇଛି ।
୧୫. ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, କୌଣସି ମନ୍ଦିରର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ଜମି ଉପରେ ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନିଜର ଅଧିକାର ଜାହିର କରି ପାରିବେ ନାହିଁ ।
୧୬. ‘ଆସନ୍ତା ଶିକ୍ଷାବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ପାଠପଢ଼ା, ଦ୍ୱିତୀୟ ଏମ୍ସ ନିଷ୍ପତ୍ତି ହୋଇନି’ ।
୧୭. ପଞ୍ଜଶୀର ଘାଟି ଉପରେ ହମଲା, ତାଲିବାନ ଓ ପାକିସ୍ତାନକୁ ଇରାନର ଚେତାବନୀ- ଲକ୍ଷ୍ମଣ ରେଖା ପାର କରନ୍ତୁ ନାହିଁ…।
୧୮. ଅକ୍ଷୟ କୁମାରଙ୍କ ମା’ ଗୁରୁତର ଅସୁସ୍ଥ, ଆଇସିୟୁରେ ଭର୍ତ୍ତି, ସୁଟିଂ ଛାଡ଼ି ବ୍ରିଟେନରୁ ଫେରିଲେ ଅଭିନେତା ।
୧୯. ଚଳିତମାସରେ ସରିବ ୧୧ ଖଣି ନିଲାମ ପ୍ରକ୍ରିୟା, ଆଉ ୫ ଖଣି ନିଲାମ ଖୁବଶୀଘ୍ର : ଖଣି ମନ୍ତ୍ରୀ ।
୨୦. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ।
୨୧. ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।
୨୨. ମହିଳା ମାନଙ୍କ ପାଇଁ ବଡ ଖୁସି ଖବର, ଏଣିକି ମହିଳା ମାନଙ୍କୁ Maternity ଛୁଟି ମିଳିବ ବର୍ଷେ…. । ଏହି ନିୟମ କେବଳ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି
୨୩. ଆସନ୍ତା ୧୩ରେ କଟକ ସହର ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡ ଲାଇନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି ।
୨୪. ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ରୋଲ୍ ମଡେଲ୍ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ଦଶ ସୂତ୍ରୀ ଲକ୍ଷ୍ୟ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING

Leave A Reply

Your email address will not be published.