ଆଜିର ଅନୁଚିନ୍ତା

ତାରିଖ–୦୭-୦୯-୨୦୨୧(ମଙ୍ଗଳବାର)

0 240

💥କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।
💥ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ୧୨ ଘଣ୍ଟା ସମୟ ଲାଗେ, କିନ୍ତୁ ହଜିଯାଇଥିବା ବିଶ୍ବାସ ସାରା ଜୀବନ ଅପେକ୍ଷା କରିଲେ ବି ଫେରିପାଇ ହୁଏନା ।
💥” ଜୀବନ ଏକ ଲମ୍ବା ଯାତ୍ରା ” ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯିବ ଜଣା ପଡିବ ନାହିଁ ।
💥ଯଦି କାହାର ଖରାପ ଗୁଣକୁ ବାହାର କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜଠାରୁ ଆରମ୍ଭ କରିଦିଅନ୍ତୁ, ଅନ୍ୟଠାରୁ ନୁହେଁ ।
💥ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ ,ତାହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ଅସ୍ତ ହୋଇଯାଏ ରାତ୍ରୀର ଜହ୍ନ ପାଇଁ ।
💥ଆଜି କାଲିର Relationship….ବର୍ତ୍ତମାନ କାହାକୁ ତୁମେ ଯେତେ ଆପଣାର ଭାବିବ , ଠିକ୍ ସେମିତି କେହି ତୁମକୁ ଆପଣାର ଭାବିବେ ନାହିଁ ।ଆବଶ୍ୟକ ଥିଲେ କହିବେ ( hi ) ଆବଶ୍ୟକ ପୁରଣ ହେଇଗଲେ ( bye )
ଭଗବାନ କପିଳ ଜଗତର ସୃଷ୍ଟି ପ୍ରସଙ୍ଗରେ ମାତା ଦେବହୂତିଙ୍କୁ କହିଲେ ହେ ଜନନୀ ! ସର୍ବବ୍ୟାପକ ଭଗବାନ ଖେଳା ଲୀଳା କରିବା ଉଦ୍ଦେଶ୍ୟରେ ନିଜର ତ୍ରିଗୁଣାତ୍ମିକା ପ୍ରକୃତି ସ୍ଵରୂପିଣୀ ଯୋଗମାୟା ବଳରେ ଏହି ଜଗତକୁ ସୃଷ୍ଟି କରନ୍ତି। ପ୍ରକୃତିର ରଜ, ସତ୍ତ୍ଵ ଓ ତମ ଗୁଣ ବଳରେ ଯଥାକ୍ରମେ ସୃଷ୍ଟିର ଉତ୍ପତ୍ତି, ସ୍ଥିତି ଓ ସଂହାର ହୋଇଥାଏ। ପ୍ରକୃତିର ରଜ ଗୁଣ ବଳରେ ଭଗବାନ ସୃଷ୍ଟିର ସର୍ଜନା କରନ୍ତି , ସତ୍ତ୍ଵ ଗୁଣ ବଳରେ ସୃଷ୍ଟିକୁ ପାଳନ କରନ୍ତି ଓ ତମ ଗୁଣ ବଳରେ ସୃଷ୍ଟିକୁ ସଂହାର କରନ୍ତି।🙏ଜୟ ଶ୍ରୀକୃଷ୍ଣ🙏
🪔 ଜୟ ଶ୍ରୀ ରାମ 🪔 ଶୁଭ ସକାଳଆଜି ମଙ୍ଗଳବାର ଶ୍ରୀମନ୍ଦିରରେ ଅମାବାସ୍ୟା ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.