ଲିଙ୍ଗରାଜ ମନ୍ଦିରରେ କଟକଣାରେ ହେବ ଶିବବିବାହ ଉତ୍ସବ

0 208

ଭୁବନେଶ୍ୱର,୫/୬(ଏସ୍‌ଏସ୍‌ନିୟୁଜ) । ଜୁନ ୧୫ ଓ ୧୬ ତାରିଖରେ ହେବ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ । କୋଭିଡ କଟକଣା ଭିତରେ ଏହା ପଡୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ । ଏହାଭିତରେ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଏହି ଉତ୍ସବ କଟକଣା ଭିତରେ ପାଳନ ପାଇଁ ଅନୁମତି ଦିଆଯାଇଛି ।ଏଥିରେ ସର୍ବାଧିକ ୭ ଜଣ ସେବାୟତ ସାମିଲ ହୋଇ ନୀତିକାନ୍ତି କରିପାରିବେ । ମନ୍ଦିର ପରିସରରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ପଡିବ ।ବାଜାବାଣମାଇକ ବ୍ୟବହାର ହୋଇପାରିବନାହିଁ କି ସ୍ଥାନୀୟ ଲୋକ ସାମିଲ ହୋଇପାରିବେନାହିଁ ।ମନ୍ଦିର କୁ ଭଲଭାବରେ ସାନିଟାଇଜ କରିବା ସହ ଯେଉଁ ସେବାୟତ ରହିବେ ସେମାନଙ୍କର କରୋନା ପରୀକ୍ଷା କରାଯିବ ।

Leave A Reply

Your email address will not be published.