ବାରଙ୍ଗ,୨୩/୩(ଏସଏସନିୟୁଜ)ବାରଙ୍ଗ ସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟ ର ଲାଇବ୍ରେରୀ ଅଧ୍ୟାପିକା ଙ୍କ ଠାରୁ ସୁନା ଚେନ୍ ଲୁଟ ଉଦ୍ୟମ ହୋଇଥିବା ନନ୍ଦନକାନନ ଥାନା ରେ ଅଭିଯୋଗ ହୋଇଛି।ଅଭିଯୁକ୍ତ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ଥାନାର ଜିମା ଦେଇଛନ୍ତି।
ସୂଚନାନୁସାରେ ମଙ୍ଗଳବାର ଅପରାହ୍ନ ୩ ଟା ୪୫ ସମୟରେ କଲେଜ ର ଲାଇବ୍ରେରୀ ଅଧ୍ୟ୍ୟାପିକା ସରୋଜିନୀ ମହାପାତ୍ର ଲାଇବ୍ରେରୀ ହଲ୍ ମଧ୍ୟରେ ଏକୁଟିଆ ଥିବା ସମୟର ସୁଯୋଗ ନେଇ ବାରଙ୍ଗ ଥାନା ଅଧୀନ ମଧୁପୁର ଗ୍ରାମର ଟୁଲୁ ପ୍ରଧାନ ନାମକ ଯୁବକ ତାଙ୍କ ବେକରୁ ସୁନା ଚେନ ଲୁଟ୍ ପାଇଁ ଉଦ୍ୟମ କରିଥିଲା।ଏଥିରେ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା।ଯାହା ଫଳରେ ଅଧ୍ୟ୍ୟାପିକା ଙ୍କ ହାତର ଆଙ୍ଗୁଳି ରେ ଗଭୀର ଆଘାତ ଲାଗି ଗୁରୁତର ହୋଇଛନ୍ତି।ଚେନ ଲୁଟ୍ କରି ସ୍କୁଟି ଯୋଗେ ଫେରାର ହେଇଯାଉଥିବା ସମୟରେ ଅଧ୍ୟ୍ୟାପିକା ଚିତ୍କାର କରିବାରୁ ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୁକ୍ତ ଲୁଟେରା କୁ କାବୁ କରି ନନ୍ଦନକାନନ ଥାନା କୁ ଜିମା ଦେଇଥିଲେ।ପରେ ଅଭିଯୁକ୍ତ କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଓଡ଼ି ୩୩ ପି ୫୪୨୭ ସ୍କୁଟି ଗାଡ଼ିକୁ ପୋଲିସ ଜବତ କରି ରଖି ତଦନ୍ତ ଜାରି ରହିଛି।
Prev Post
Next Post