ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ

0 293

ମାଲକାନଗିରି ,୨୩/୩(ଏସଏସନିୟୁଜ)ମାଲକାନଗିରି ସୀମାରେ ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ଏଥିରେ ୫ଜଣ ଡିଆରଜି ଯବାନ ଜୟ ଲାଲ ଉଇକେ, କରନ ଦେହାରୀ, ସେବକ ସଲାମ୍, ପବନ ମଣ୍ଡାବୀ ଏବଂ ବିଜୟ ପଟେଲ୍ ସହିଦ ହୋଇଥିବାବେଳେ ୧୫ରୁ ଅଧିକ ଯବାନ ଗୁରୁତର ହୋଇଥିବାର ଜଣାପଡିଛି ।ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଶତିଶଗଡ ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ । ଅପରେସନ ସାରି ଫେରୁଥିବା ବେଳେ ନାରାୟଣପୁରରେଠାରେ ଏହି ଅଘଟଣ ଘଟିଥିଲା । ଜାଗିରହିଥିବା ମାଓବାଦୀମାନେ ଯବାନଙ୍କ ଗାଡିକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଇଥିଲେ ।

Leave A Reply

Your email address will not be published.