ଆରମ୍ଭ ହେଲା ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା

0 210

ମାଲକାନଗିରି.୨୩/୩(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ, ୧୦ ଦିନ ବ୍ୟାପି ଚାଲିବ ଏହି ବଡ ଯାତ୍ରା । ପୋଲେରୁ ତାଡକା କୁଣ୍ଡରେ ଏକାଠି ହୋଇଛନ୍ତି ଶ୍ରଦ୍ଧାଳୁ । ନୌକା ବିହାର କରି ଠାକୁରଙ୍କୁ ପାଛୋଟି ଆଣୁଛନ୍ତି ଶ୍ରଦ୍ଧାଳୁ । ୨ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହୁଏ ପ୍ରସିଦ୍ଧ ବଡଯାତ୍ରା । ଆଦିବାସୀଙ୍କ ଅଧିଷ୍ଠାତ୍ରୀ ଦେବାଦେବୀ ପ୍ରଭୁ କାନାମରାଜୁ, ବାଲାରାଜୁ, ପୋତରାଜୁ ଓ ଦେବୀ ମୁତ୍ୟାଲୁଆମ୍ମା ଅର୍ଥାତ କୃଷ୍ଣ, ଭୀମ, ଅର୍ଜୁନ ଓ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ବାଉଁଶ ଓ ମୟୂର ପୁଚ୍ଛରେ ତିଆରି କରାଯାଏ । ସେହି ପ୍ରତିମୂର୍ତ୍ତିକୁ ତାଡକା କୁଣ୍ଡରେ ସ୍ନାନ କରାଯାଏ । ଆଉ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ବଡ ଯାତ୍ରା ଆରମ୍ଭ ହୁଏ । ପ୍ରାୟ ୧୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ମାଲକାନଗିରି ମାଉଁଳି ମା ମନ୍ଦିର ପହଞ୍ଚନ୍ତି ଠାକୁର । ବଡଯାତ୍ରାରେ ରାତିରେ ହିଁ ଠାକୁର ଗୋଟିଏ ମଣ୍ଡପରୁ ଆଉ ଗୋଟିଏ ମଣ୍ଡପକୁ ଯାତ୍ରା କରିଥାନ୍ତି ।କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ ୨୩ ତାରିଖ ଠାରୁ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ କରାଯାଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.