ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ

ସକାଳର ଖବର,ତାରିଖ ୨୩/୦୩/୨୦୨୧,ମଙ୍ଗଳବାର

0 290

➡️୧-ଆଜି ସୁପ୍ରିମକୋର୍ଟ ଲୋନ୍ ମୋରାଟୋରିୟମ ଉପରେ ରାୟ ପ୍ରଦାନ କରିବେ, ମିଳିପାରେ ଲାଭ
➡️୨-ଲୋକସଭାରେ ବୀମା ସଂଶୋଧନ ବିଲ୍ ପାରିତ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ୍
➡️୩-କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର,ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍‌ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍ ଦିଆଯାଇପାରିବ।
➡️୪-ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଆଜି ହେବ ସ୍ବତନ୍ତ୍ର ଆଲୋଚନା, ମୁଖ୍ୟମନ୍ତ୍ରୀ ଆଣିବେ ସଂକଳ୍ପ, ସବୁ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।
➡️୫-କରୋନା ଦ୍ୱିତୀୟ ଲହର! ରାଜ୍ୟରେ ଦୈନିକ ସଂକ୍ରମଣ ଦେଢ଼ଶହ ନିକଟତର, ଏକ୍ସଆଇଏମ୍‌ବିରେ ୨୮ ଆକ୍ରାନ୍ତ,ଇନ୍‌ଡୋର କାର‌୍ୟ୍ୟକ୍ରମକୁ ବନ୍ଦ କରାଯାଉ: ବିଶେଷଜ୍ଞ ।
➡️୬-ଆସନ୍ତା ସପ୍ତାହରେ ଉପକୂଳରେ ବର୍ଷା,୨୯ରୁ ୩୧ ତାରିଖରେ ସମଗ୍ର ଉପକୂଳ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ।
➡️୭-ଓଡ଼ିଶାରେ ମୁଣ୍ଡପିଛା ଋଣ ୨୩ ହଜାର ୫୨୪ଟଙ୍କା, ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା ।
➡️୮-ତିନିଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
➡️୯-କାରୁକାର୍ଯ୍ୟପୂର୍ଣ୍ଣ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖି ବିଭୋର ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସୂର୍ଯ୍ୟ ମନ୍ଦିର ସମେତ ମନ୍ଦିର ଗାତ୍ରରେ ଥିବା କାରିଗରୀକୁ ଖୁବ୍ ପ୍ରଶଂସା କରିଛନ୍ତି।
➡️୧୦-୯ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ପାଇବେ ୩୦ ପ୍ରତିଶତ ବର୍ଦ୍ଧିତ ଦରମା, ବଢ଼ିଲା ଅବସର ବୟସ ସୀମା ।
➡️୧୧-ଖୁବଶୀଘ୍ର ବରିଷ୍ଠ ନାଗରିକଙ୍କ ଟିକାକରଣ ଛୁଇଁବାକୁ ଯାଉଛି ୧୦ଲକ୍ଷ,ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
➡️୧୨-ଧାନ ପରେ ଗୃହରେ ଆଇନଶୃଙ୍ଖଳା ତାତି ; ସରକାରଙ୍କୁ ଘେରିଲେ ବିରୋଧୀ ।
➡️୧୩-ବର୍ତମାନ ପରିସ୍ଥିତିରେ ଅତିରିକ୍ତ ଶିକ୍ଷା ସହାୟତା ବିନା ପାଠପଢାକୁ ନେଇ ୬୪% ପିଲା ଚିନ୍ତିତ : ଚାଇଲ୍ଡଫଣ୍ଡ ମୂଲ୍ୟାଙ୍କନ ରିପୋର୍ଟ ।
➡️୧୪-ଏବର୍ଷ ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ,ସର୍ବସାଧାରଣରେ ରଙ୍ଗ ଖେଳ ହେବ ନାହିଁ । ମେଳଣ ପଡିଆରେ ଶହେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ବୋଲି କଟକ ଡିସିପି ପ୍ରତୀକ୍ ସିଂ କହିଛନ୍ତି ।
➡️୧୫-ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ । ଗତ ବର୍ଷ ତୁଳନାରେ ଦୁଇ ଗୁଣା ଅଧିକ ବଢିଛି ।
➡️୧୬-ଭାରତରେ ସୋନିର ନୂତନ ଆଲ୍‌ଭା ୧ କ୍ୟାମେରାର ଶୁଭାରମ୍ଭ,ଏଥିରେ ରହିଛି ନୂତନ ୫୦.୧ ମେଗା ପିକ୍‌ସେଲ୍ ଫୁଲ୍ ଫ୍ରେମରେ ଥିବା ଏକ୍ସମୋର ଆରଏସ୍ ସିଏମ୍‌ଓଏସ୍ ଇମେଜ୍ ସନ୍ସେର ।
➡️୧୭-ତାମିଲନାଡୁ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର ଘୋଷିତ, ୫୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ଦଳ ।
➡️୧୮-ଆସାମରେ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ । କହିଲେ, ରାହୁଲଙ୍କ ଆସାମ ଗସ୍ତ ପିକନିକ୍ ସହ ସମାନ ।
➡️୧୯-ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ରାଜନୈତିକ ହଇଚଇ । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସପକ୍ଷରେ ବାହାରିଲେ ସଂକଟ ମୋଚକ ଶରଦ ପାୱାର ।
➡️୨୦-ଖେଲୋ ଇଣ୍ଡିଆ ଯୋଜନା ୨୦୨୫-୨୬ ପର୍ଯ୍ୟନ୍ତ ବଢ଼ିଲା, କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି।
➡️୨୧-ତେଲେଙ୍ଗାନା ରେ ଚାଲିଥିବା ୪୭ତମ ଜୁନିଅର ଜାତୀୟ କବାଡି ଚାମ୍ପିଅନସିପ୍ ସମୟରେ ଷ୍ଟାଡିୟମ୍ ଗ୍ୟାଲେରୀ ଭୁଷୁଡି ପଡିଲା ଶତାଧିକ ଆହତ ।
➡️୨୨-ସଂସଦରେ କେଉଁ ବଡ ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ? ନିଜ ସାଂସଦଙ୍କ ପାଇଁ ହ୍ଵିପ୍ ଜାରି କଲା ବିଜେପି ।
➡️୨୩-ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଯବାନଙ୍କ ଗୁଳିରେ ଲସ୍କର-ଇ-ତୋଇବାର ୪ ଆତଙ୍କବାଦୀଙ୍କ ମୃତ୍ୟୁ ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.