ଆଜିର ଅନୁଚିନ୍ତା

ତାରିଖ - ୨୩:୦୩:୨୦୨୧ (ମଙ୍ଗଳବାର )

0 315

➡️ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ ଯାହା ଥରେ ତଳେ ପଡିଗଲେ ଆଉ କେବେ ବି ଉପରକୁ ଉଠେନାହିଁ ।
➡️ନିଜେ ସବୁବେଳେ ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ, କାରଣ ଭୁଲ୍ ସ୍ୱୀକାର କାରିଲେ ମଣିଷ କେବେହେଲେ ଛୋଟ ହୁଏନାହିଁ ବରଂ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଏ ଆଉ ନିଜକୁ ସୁଧାରିନେବା ର ବାଟ ପାଇଯାଏ।
➡️୩ଟି ଜିନିଷ ଫେରି ଆସେ ନାହିଁ-ସମୟ କଥା ସୁଯୋଗ
➡️ଜୀବନରେ କାହାକୁ ଅଧିକ ଭଲ ପାଇବ ତ ମାଆଙ୍କୁ ହିଁ ଭଲ ପାଅ, କାରଣ ଏହି ଭଲ ପାଇବାରେ କେବେ ବି ଧୋକା ଓ ପ୍ରତାରଣା ନଥାଏ ।
➡️ଦେଖିବା ପାଇଁ ଭଲ ସେଇଟା Important ନୁହେଁ ହୃଦୟଟା ଭଲ ସେଇଟା Important. .
➡️ଏକ ସୁବୃକ୍ଷ ବନେ ହୋଇ ପୁଷ୍ପିତ, ସମସ୍ତ ବନ ଦେଶ କରେ ସୁବାସିତ, ତଥା ସୁପୁତ୍ର ଏକ ଲଭିଲେ ଜନ, ତାହା ଯୋଗୁଁ କୁଳ ହୋଇଥାଏ ଧନ୍ୟ !
➡️କୃପଣ, କଟୂଭାଷୀ, ଅସଭ୍ୟ, ମୂର୍ଖ, କୃତଘ୍ନ, କପଟୀ, ନିର୍ଦ୍ଧୟ, କ୍ରୋଧୀ, ଶତ୍ରୁ, ଓ ନୀଚ ଲୋକଙ୍କ ସହିତ କେବେ ସଙ୍ଗୀ ହେବନାହିଁ !
➡️କେବଳ ଶକ୍ତି ପ୍ରୟୋଗ ଦ୍ୱାରା ଶାନ୍ତି ରକ୍ଷା କରାଯାଇପାରିବ ନାହିଁ !
➡️କୌଣସି କଠୋର ଓ ଭୟାନକ ପରିସ୍ଥିତିରେ ଭୟଭୀତ ହେବା ଉଚିତ ନୁହେଁ !
➡️କ୍ରୋଧ ଏତେ ଖରାପ ଯେ ତାହା ସୁନ୍ଦରତମ ମୁଖର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ !
➡️କ୍ରୋଧୀ ଯଦି ଅଭିଶାପ ଦିଏ, ଶୁଣିବାଲୋକ କିଛି ନକହି ନୀରବ ରହେ ତେବେ ସେ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯାଏ !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.