ଲୁଟ୍‌ପାଟ ଅଭିଯୋଗରେ ଲିପା, ସିପୁ ଗିରଫ

0 88

ଜଟଣୀ,୧୧ା୯(ଏସଏସନିଉଜ) ଜି. ସୋମନାଥନାମକ ବ୍ୟକ୍ତି ଶୁକ୍ରବାରଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀକୁ ବାଇକ୍‌ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ରୋକି ଅତର୍କିତ ଆକ୍ରମଣ କରି ୨୨ଶହ ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେଇଯାଇଥିଲେ ।ଏସର୍ମ୍ପକରେ ସୋମନାଥଜଟଣୀଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ଲୁଟେରାମାନଙ୍କୁ କାବୁକରିବାପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଡେଲାଙ୍ଗଥାନା ଗଡ଼ବେଗୁନିଆ ପଡ଼ାର ପୂର୍ଣ୍ଣଚନ୍ଦ୍ରପରିଡ଼ା ଓରଫ୍ ଲିପା ଓ ହାଟସାହିର ରଶ୍ମିରଂଜନ ପାତ୍ର ଓରଫ୍ ସିପୁ ନାମକ ଦୁଇଲୁଟେରା ଖୁଦୁପୁର ଅଞ୍ଚଳରେ ରହୁଥିବା ଖବର ପାଇ ପୁଲିସ ଗତକାଲି ରାତିରେ ଚଢ଼ଉ କରି ସେମାନଙ୍କୁ ଧରିଥିଲା ।ସେମାନଙ୍କଠାରୁ ମୋବାଇଲ୍ ଫୋନ୍ ଜବତ କରିଥିଲା । ତେବେ ଲିପା ନାମରେ ପୂର୍ବରୁ ଏୟାର୍‌ଫିଲ୍ଡ ଓ ଡେଲାଙ୍ଗ ଥାନାରେ ୮ରୁ ଅଧିକ ମାମଲା ରହିଥିବାବେଳେ ସିପୁ ମଧ୍ୟ ଡେଲାଙ୍ଗ ଅଞ୍ଚଳରେ ବହୁ ଅପରାଧିକ ମାମଲାରେ ଜଡ଼ିତ ରହିଥିବାର ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

Leave A Reply

Your email address will not be published.