ଠକିଦେଲେ ଭଣ୍ଡବାବା!

0 96

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି ଗ୍ରହଦୋଷ ଖଣ୍ଡନ କରିବାନାଁରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷାଧିକଟଙ୍କାପଇସା ନେଇ ବିବାହକରିବାର ପ୍ରତିଶୃତି ଦେଇ ଆଉ ଧରାଦେଲେନାହିଁ ।ଏକଥା ମହିଳାଙ୍କ ସ୍ୱାମୀଜାଣିବାପରେ ବିଭ୍ରାଟ ଆରମ୍ଭ ହୋଇଥିଲା ।ମହିଳାଜଣଙ୍କ ନ୍ୟାୟପାଇବାପାଇଁ ବାଧ୍ୟହୋଇ ଧଉଳି ଥାନାରେ ଅଭିଯୋଗ କରିବାପରେ ସେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ଗ୍ରହଦୋଷକାଟିବାପାଇଁ ଖଣ୍ଡଗିରି ଥାନାଅଞ୍ଚଳରେ ରହୁଥିବା ଜଣେ ମହିଳା ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବାଜଣେ ବାବାଙ୍କ ଶରଣ ପଶିବାସହ ତାଙ୍କ ପାଖକୁ ଯିବାଆସିବା ଆରମ୍ଭ କରିଥିଲେ ।ଧିରେଧରରେ ଯିବାଆସିବା ଉଭୟଙ୍କ ଭିତରେ ପ୍ରେମସର୍ମ୍ପକ ଗଢିଉଠିିଥିଲା ।ବାବା ବିବାହ କରିବାକୁ ପ୍ରସ୍ଥାବ ଦେବାପରେ ମହିଳାଜଣଙ୍କ ରାଜିହୋଇଯାଇଥିଲେ ।ପରେ ସ୍ଵାମୀ ସ୍ତ୍ରୀଭଳି ଉଭୟଙ୍କ ମଧ୍ୟରେ ସର୍ମ୍ପକ ବଢିବାରେ ଲାଗିଥିଲା ।ଏକପୁତ୍ର ସନ୍ତାନର ଜନନୀ ହୋଇଥିବା ମହିଳାଜଣଙ୍କ ବାବାଙ୍କ ପ୍ରେମଜାଲରେ ପଡି ସ୍ୱାମୀକୁ ନଜଣାଇ ଲକ୍ଷାଧରକ ଟଙ୍କା ବାବାଙ୍କୁ ଦେଇଚାଲିଲେ ।ଶେଷରେ ମହିଳାଙ୍କୁ ବାବା ବିବାହ କରିବାକୁ ରାଜିନହେବାରୁ ମହିଳାଙ୍କ ଚିନ୍ତାବଢିବାରେ ଲାଗିଥିଲା ।ଏହାଭିତରେ ଚୋରା ପିରତିକୁ ନେଇ ସ୍ୱାମୀ ସନ୍ଦେହ କରିବାସହ ଘରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।ମହିଳାଜଣଙ୍କ ନୁପାୟ ହୋଇ ଥନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ବାବାଙ୍କୁ ଆଣି ପଚରାଉଚରା କରୁଛି।

Leave A Reply

Your email address will not be published.