ମା ହେଲା ରାଖି

0 494

ବାରଙ୍ଗ,୨୮/୧୨(ଏସଏସନିୟୁଜ)ପ୍ରଥମଥରପାଇଁ ମା ହୋଇଛି ରାଖି ।ଏକ ମାଇ ଶାବକକୁ ଜନ୍ମ ଦେଇନୁଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭେଟି ଦେଇଛି ରାଖି ।୧୦ବର୍ଷ ବୟସ୍କା ରାଖି ହେଉଛି ସିମ୍ପାଜି ପୁର୍ଣିମାର ଦ୍ୱତୀୟଗର୍ଭସ୍ଥ ସନ୍ତାନ । ।ଜୁଲୁସହ ରାଖିର ମିଳନ ଘଟି ପ୍ରଥମଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ରାଖି ।ଗତଜୁନମାସ ୨ତାରିଖ ରେ ରାଖିର ରକ୍ତ ପରିକ୍ଷା କରାଯାଇ ସେ ଗର୍ଭଧାରଣ କରିଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ ।ସେହିଦିନଠାରୁ ରାଖି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ନନ୍ଦନକାନନ କର୍ତୁପକ୍ଷ ।ରାଖି ମା ହେବାର ଜଣାପଡିବା ପରେ ଖୁସିର ଲର ଖେଳିଯାଇଛି ।କାରଣ ବୁଧବାରଦିନ ନନ୍ଦନକାନନର ପ୍ରତିଷ୍ଠାସଦିବସ ।ଆଗକୁ ଆସୁଛି ନୁଆବର୍ଷ ।ପର୍ଯ୍ୟଟକମାନଙ୍କ ଭୀଡ ଆରମ୍ଭ ହୋଇଯାଇଛି ।ଏହାଭିତରେ ରାଖି ମା ହେବାକୁ ନେଇ କର୍ମଚାରୀଙ୍କଠାରୁ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ବେଶ ଖୁସି ରହିଛନ୍ତି ।ମଙ୍ଗଳବାର ସକାଳେ ରାଖି ଏକ ମାଇ ଶାବକକୁ ଜନ୍ମ ଦେବାପରେ ସିମ୍ପାଜି ପରିବାର ସଂଖ୍ୟା ବୃଦ୍ଧିପାଇ ୮ରେ ପହଁଚିଛି ।ସେଥିମଧ୍ୟରେ ଦୁଇ ମାଇ ଓ ୬ଅଣ୍ଡିରା ଥିବାର ଜଣାପଡିଛି । ମା ଓ ଛୁଆ ଉଭୟ ସୁସ୍ଥ ଥିବାର ନନ୍ଦନକାନନ ଉପ-ନିର୍ଦ୍ଦେଶକ ଡ.ସଞିତ କୁମାର କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.