ପ୍ରତିଷ୍ଠା ଦିବସରେ ନାଁ ପାଇବେ ତିନି ବାଘ ଛୁଆ

0 245

ବାରଙ୍ଗ,୨୮/୧୨(ଏସଏସନିୟୁଜ)ଦିନକ ପରେ ୬୩ ବର୍ଷରେ ପାଦ ଥାପିବ ନନ୍ଦନକାନନ ପ୍ରାଣୀଉଦ୍ୟାନ।ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୯ରେ ପ୍ରତିଷ୍ଠା ଦିବସ କମ୍ ସଂଖ୍ୟକ କର୍ମଚାରୀ ଓ ପର୍ଯ୍ୟଟକ  ଙ୍କୁ ନେଇ ପାଳନ କରାଯିବ।ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି।ପଶୁପକ୍ଷୀ ଓ କର୍ମଚାରୀ,ଅଫିସର ଓ ପର୍ଯ୍ୟଟକଙ୍କ ମଧ୍ୟରେ ସମ୍ପର୍କକୁ ନିବିଡ କରିବା ପାଇଁ କର୍ତ୍ତୁପକ୍ଷ ଏକ ସଚେତନତା ସଭା ଆୟୋଜନ କରୁଛନ୍ତି ବୋଲି ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି।ଏହି ପ୍ରତିଷ୍ଠା ଦିବସରେ ପ୍ରାଣୀଉଦ୍ୟାନରୁ ପ୍ରଥମ କରି ଖୋଲାରେ ଏକ ବଜ୍ରକାପ୍ତା ଅଭୟାରଣ୍ୟରେ ଛଡାଯିବ ଓ ପ୍ରାଣୀଉଦ୍ୟାନର ବାଘୁଣୀ ମେଘା ଜନ୍ମ ଦେଇଥିବା ତିନି ବାଘ ଶାବକଙ୍କ ନାମ କରଣ କରାଯିବ,ତା ସହିତ ନୂତନ ଜ୍ଞାନକୈାଶଳରେ ନିର୍ମିତ ପଶୁପକ୍ଷୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିର୍ମିତ କ୍ବାରେଣ୍ଟାଇନ ଓ ମୃତ ପଶୁପକ୍ଷୀଙ୍କ ଅବକ୍ଷୟ ଅଶଂକୁ ପୋଡିବା ପାଇଁ ନୂତନ ବିଦ୍ୟୁତ୍ ଚୁଲାକୁ ଉଦଘାଟନ କରିବେ ପିସିସିଏଫ୍ ଶଶି ପଲ।ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାରଙ୍କ ତତ୍ତ୍ବାବଧାନରେ ପାଳିତ ହେବ ଏହି ଉତ୍ସବ।ଉତ୍ସବରେ ନନ୍ଦନକାନନ ଓ ରାଜ୍ୟଉଭିଦ ଉଦ୍ୟାନର ସଫଳ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଓ ସାର୍ଟିଫିକେଟ ପ୍ରଦାନ କରାଯିବ।ଚଳିତ ବର୍ଷର ସ୍ମରଣିକା ଓ ବାର୍ଷିକ ରିପୋର୍ଟ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.