ବିଶାଳ ଜନଗର୍ଜନ….

ଆଜିର ଖବର,ତାରିଖ–28-12-2021 (ମଙ୍ଗଳବାର)

0 301

୧. ଟିକାକରଣ ସହ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ ।
୨. ନୀତି ଆୟୋଗ ଜାରିକଲେ ଚତୁର୍ଥ ସ୍ୱାସ୍ଥ୍ୟ ସୂଚକାଙ୍କ; ସମସ୍ତ ରାଜ୍ୟମାନଙ୍କ ଭିତରେ କେରଳ ନମ୍ବର ୧ ।
୩. ମିଶନାରୀଜ୍‌ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।
୪. ଭାରତ-ଚୀନ ସମସ୍ୟାର ବିଶେଷଜ୍ଞ ଓ ବେଜିଙ୍ଗର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।
୫. ନୂଆ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ଯୋଜନା ଚାଲୁ କରିବା ଓ ଅନ୍ୟ ୩ଦଫା ଦାବି ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
୬. ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ର ସଂରକ୍ଷଣ ଓ ବିକାଶ ଦାବି ।
୭. ନବୀନଙ୍କ ନିର୍ଦ୍ଦେଶ । ସପ୍ତାହେ ମଧ୍ୟରେ ସବୁ ହିତାଧିକାରୀଙ୍କୁ ଦିଅ ବିଜୁ ସ୍ମାର୍ଟ ହେଲଥ କାର୍ଡ ।
୮. କରୋନା କାଳରେ ମୋବାଇଲ ଫୋନ ଶିକ୍ଷାଦାନର ଏକମାତ୍ର ସାହାଭରସା ପାଲଟିଥିବାବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ଏକ ନିର୍ଦେଶନାମା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
୯. ଲକ୍ଷ୍ନୌ:ରାଜ୍ୟରେ ଅତ୍ୟଧିକ ଥଣ୍ଡା, ପ୍ରାଇମେରୀ ସ୍କୁଲ ୧୫ଦିନ ପାଇଁ ଛୁଟି କଲେ ସରକାର ।
୧୦. ଓମିକ୍ରନ୍‌ ଭୟ ! କଟକରେ ଗୋଟିଏ ପରିବାରର ୬ ପଜିଟିଭ୍‌, କଣ୍ଟେନ୍‌ମେଣ୍ଟ ଘୋଷଣା କଲା CMC ।
୧୧. ଓଡ଼ିଶାରେ ଦୁଇ ଡୋଜ୍ ଟିକା ନେଲେଣି ୨ କୋଟି ଲୋକ, ୧୦ରୁ ନେବେ ୨୫ଲକ୍ଷ ପିଲା ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ଆଜିସୁଦ୍ଧା ରାଜ୍ୟରେ ମୋଟ ୪କୋଟି ୯୦ଲକ୍ଷ ୪୪ହଜାର ୩୪୫ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଏଥିରେ ୨କୋଟି ୮୯ଲକ୍ଷ ୯୭ହଜାର ୪୨୦ ଟୀକା ପ୍ରଥମ ଡୋଜ୍ ହୋଇଥିବାବେଳେ ୨କୋଟି ୪୬ହଜାର ୯୨୫ଜଣଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି ।
୧୨. ତାଲିବାନୀ ସରକାରର ନୂଆ ନିୟମ । ଏକାକୀ ଦୂର ଜାଗାକୁ ଯାତ୍ରା କରିପାରିବେନି ମହିଳା । ଦୂରଯାତ୍ରା ପାଇଁ ସାଙ୍ଗରେ ପୁରୁଷ ବନ୍ଧୁ ରହିବା ବାଧ୍ୟତାମୂଳକ ।
୧୩. ନୂଆଦିଲ୍ଲୀ:୧ ରୁ ଜାନୁୟାରୀ ୧୫ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ।
୧୪. କେରଳରେ ଡିସେମ୍ବର ୩୦ରୁ ଜାନୁଆରି ୨ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ହେବା ସହ ଉତ୍ତରାଖଣ୍ଡରେ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ନାଇଟ କର୍ଫ୍ୟୁ ଲାଗୁ ହେବ ।
୧୫. ୨୦୨୨ରୁ ଭାରତରେ ଆରମ୍ଭ ହେବ ୫-ଜି ସେବା: ୮ଟି ସହରରେ ଆରମ୍ଭ ହେବ ସେବା ।ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ହାଇଦ୍ରାବାଦ ଏବଂ ପୁଣେରେ ଏହି ସେବା ଆରମ୍ଭ ହେବ ।
୧୬. ଜାତୀୟ ମହିଳା ସିନିୟର ହକି କ୍ୟାମ୍ପକୁ ଓଡ଼ିଶାରୁ ୮ ଜଣଙ୍କୁ ଡାକରା । ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା, ନୀଳିମା ମିଞ୍ଜ୍, ନମିତା ଟପ୍ପୋ, ରଶ୍ମିତା ମିଞ୍ଜ, ମାରିଆନା କୁଜୁର, ଅଜମିନା କୁଜୁର, ଜୀବନ କିଶୋରୀ ଟପ୍ପୋ, ଦୀପ୍ତି ଲାକ୍ରାଙ୍କୁ କ୍ୟାମ୍ପକୁ ଯିବା ପାଇଁ ଡାକରା ।ଓମିକ୍ରନ ଭୟ ଭିତରେ ଟଳିନପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ।
୧୭. କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷା ବଳକୁ ସୋମବାର ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଇଏମ) ପାଇଁ କାମ କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
୧୮. ୧୯ ବର୍ଷରୁ କମ ଚାମ୍ପିୟନ୍ସ ଟ୍ରଫି: ଆଫଗାନିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କଲା ଭାରତ ।
୧୯. ଓଲିଉଡ୍ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର । ଡାକ୍ତର କହିଲେ, ଆଗାମୀ ୯୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।
୨୦. କାଶ୍ମୀର ଏବଂ ଲଦାଖରେ ଭୂମିକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୩ ।
୨୧. ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।
୨୨. ବାତ୍ୟା ଜୱାଦ: ୫୦୭ କୋଟି ଟଙ୍କାର କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ।
୨୩. ରାଜଧାନୀରେ ବିଶାଳ ଜନଗର୍ଜନ ପାଇକ ସମାବେଶ, ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା ।
୨୪. ଶ୍ରୀମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ପୃଷ୍ଠଭୂମିର ନିଚ୍ଛକ ପ୍ରମାଣ-ଧର୍ମେନ୍ଦ୍ର ପ୍ରଧାନ ।
🌷ଶୁଭ ସକାଳ ,GOOD MORNING ➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

 

 

Leave A Reply

Your email address will not be published.