ମା ହେଲା ମେଘା

0 739

ବାରଙ୍ଗ-୧୪/୪(ଏସଏସଏନ୍)ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ଅନେକ ସମୟରେ ଖାଦ୍ୟଅଭାବ କୁ ନେଇ ବିଭିନ୍ନ ନୀରିହ ଜୀବଜନ୍ତୁ ନିଜନିଜ ଭିତରେ ମାରପିଟ୍ ହୋଇ କାହାର ଜୀବନ ଯାଉଛି ତ ଆଉ କିଏ ଅସୁସ୍ଥ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ପଶୁପ୍ରେମୀଙ୍କ ମନରେ ଦୁଖଃର ବାତାବରଣ ସୃଷ୍ଟି ହେଉଥିବା ବେଳେ ଆଜି ସକାଳ ସମୟରେ ପ୍ରାଣୀଉଦ୍ୟାନରେ ରହୁଥିବା ବାଘୁଣୀ ମେଘା ୩ଟି ଶାବକ ଜନ୍ମ ଦେଇଛି । ଏହି ଖବର ଶୁଣିବା ପରେ କର୍ମଚାରୀଠୁ ଆରମ୍ଭ କରି ପଶୁପ୍ରେମୀଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି । କର୍ତ୍ତୁପକ୍ଷ ନନ୍ଦନକାନନ ରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ  ଜଙ୍ଗଲୀ ବାଘ ନନ୍ଦନ ସହିତ ବାଘୁଣୀ ମେଘା ସହିତ ମିଳନ କରାଇଥିଲେ । ମେଘା ଗର୍ଭବତୀ ଜାଣିବା ପରେ ମେଘାକୁ ଫିଡିଙ୍ଗି ଚାମ୍ବରରେ ରଖାଯାଇ ସେଠାରେ ସିସିଟିଭି ଲଗାଯାଇ ତାର ଗତିବିଧି ଉପରେ ନଜର ରଖିଥିଲେ । ମେଘା ଆଜି ୩ ଟି ଶାବକ ଜନ୍ମ ଦେଇଛି ।ଶାବକଙ୍କ ଲିଙ୍ଗ ଜଣାପଡିନଥିବା ବେଳେ  ମା ଛୁଆ ସୁସ୍ଥ ଥିବା କର୍ତୁପକ୍ଷ ସୁଚନା ଦେଇଛନ୍ତି ।  ୩ ଶାବକ ଜନ୍ମ ହେବା ପରେ  ବାଘ ସଂଖ୍ୟା ୩୦ କୁ ବୃଦ୍ଧି ପାଇଛି ।  ଏଠାରେ ପ୍ରଶ୍ନ ଉଠେ ଖାଦ୍ୟଅଭାବ କୁ ନେଇ ଜୀବଜନ୍ତୁ ମାନେ ନିଜନିଜ ଭିତରେ ଲଢେଇ ହୋଇ କାହାର ଜୀବନ ଯାଉଥିବା ବେଳେ ଆଉ କିଏ ଖଣ୍ଡିଆ ଖାବେରା ହୋଇ ଅସୁସ୍ଥ ହେଉଛନ୍ତି । ତେବେ ଏହି ବାଘ ଛୁଆ ଖାଦ୍ୟଅଭାବ ଦେଖାଦେଲେ ଅନ୍ୟ ଜୀବଜନ୍ତୁଙ୍କ ପରି  ସେମିତି କିଛି ଅଘଟଣ ଘଟିବନି ତ ତାହା ପଶୁପ୍ରେମୀଙ୍କ ମହଲ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.