ମଦ ନେଲେ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ଆଜିର ଖବର,ତାରିଖ–୧୧-୦୮-୨୦୨୧(ବୁଧବାର)

0 246

୧. ସିଫାରେ ଜନଜାତି ମହିଳା ଓ କୃଷିଜିବୀଙ୍କ ନିମନ୍ତେ ରଙ୍ଗୀନ ମାଛ ଚାଷ ପ୍ରଶିକ୍ଷଣ
୨. ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ ।
୩. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
୪. ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର ।
୫. ମଦ ଦୋକାନରେ ଧାଡି ବାନ୍ଧୁଥିବା ଲୋକଙ୍କ ପାଇଁ କେରଳ ସରକାର ଏକ ନେଗେଟିଭ୍ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ।
୬. ନୀରଜଙ୍କୁ ସମ୍ମାନିତ କଲା ରାଜପୁତାନା ରାଇଫଲ୍ସ ।
୭. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା – ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି ।
୮. ପାଇକ ବିଦ୍ରୋହକୁ ‘ପ୍ରଥମ ସ୍ୱାଧୀନତା ଆନ୍ଦୋଳନ’ ମାନ୍ୟତା: ପ୍ରସ୍ତାବ ବିଚାରାଧୀନ, ଧର୍ମେନ୍ଦ୍ରଙ୍କ କୋର୍ଟରେ ବଲ୍ ।
୯. ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ‘ଓଡ଼ିଶାୀ ସଙ୍ଗୀତ’କୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଆଜି ପରୋକ୍ଷରେ ମନା କରିଦେଇଛନ୍ତି ।
୧୦. ବେକାରୀମାନଙ୍କ ପାଇଁ ଏକ ଖୁସି ଖବର । ଓଡିଶାରେ ଏକାଥରେ ୧୧ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
୧୧. ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଗୁଡିକୁ ମିଳିବ ଓବିସି ତାଲିକା ପ୍ରସ୍ତୁତ କରିବା ଅଧିକାର, ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ ।
୧୨. ଆସନ୍ତା ଅଲମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି । ସାରା ବିଶ୍ବରେ କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୨୮ ଓ ୨୦୩୨ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ।
୧୩. ନର୍ଟିଂହାମରେ ବର୍ଷା ଭାରତ ହାତରୁ ବିଜୟ ଛଡାଇ ନେଇଛି । ଏବେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଅଗଷ୍ଟ ୧୨ରୁ ଐତିହାସିକ ଲର୍ଡ୍ସରେ ଆରମ୍ଭ ହେବ ।
୧୪. ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ । ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା ।
୧୫. CBSE ପ୍ରକାଶ କଲା ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଡେଟ୍‌ ସିଟ୍, ପରୀକ୍ଷା ଅଗଷ୍ଟ ୨୫ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ରେ ଶେଷ ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅଗଷ୍ଟ ୨୫ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ରେ ଶେଷ ହେବ ।
୧୬. କରୋନାର ଡେଲ୍ଟା ପ୍ରକାରକୁ ନେଇ ଚିନ୍ତାରେ ସୁପର ପାୱାର, ଭାରତ ପରେ ଆମେରିକା, ଚୀନ୍, ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ବଢୁଛି ମାମଲା ।
୧୭. ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା ।
୧୮. ଦେଶରେ ଜାରି ରହିଛି ବନ୍ୟା ବିତ୍ପାତ । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଜଳପ୍ରଳୟ, ପଶ୍ଚିମବଙ୍ଗକୁ ବି କଲବଲ କରୁଛି ବନ୍ୟା ।
୧୯. ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, କଟକ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୦. ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଭିତରେ ଭାରତୀୟଙ୍କୁ ସତର୍କ ସୂଚନା । ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ଭାରତ ସରକାର ଦେଲେ ନିର୍ଦ୍ଦେଶ ।
୨୧. ବଢ଼ିଲା ଯୁକ୍ତ ଦୁଇ ସିଟ୍ । ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ୍ ଉପଲବ୍ଧ ହେବ । ଆସନ୍ତା ୧୨ ତାରିଖରୁ ଆଡମିଶନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
୨୨. ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୨୩: ସୁସ୍ଥ ହେଲେ ୨୦୪ ଆକ୍ରାନ୍ତ ।
୨୩. ମହାମାରୀ କରୋନାରୁ ୧୩୧୯ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୭୨୭୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨୪. ମହାମାରୀ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂରୁ କି ଫାଇଦା ମିଳୁଛି, ତା’ ଉପରେ ଗବେଷଣା କରିବାକୁ ଡିସିଜିଆଇ ଅନୁମତି ଦେଇଛି ।
୨୫. କରୋନା କାଳରେ ବିକଳ୍ପ ପରୀକ୍ଷା ପଦ୍ଧତି ପାଇଁ ସର୍କୁଲାର ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷାବର୍ଷକୁ ଦୁଇଟି ଟର୍ମରେ କରାଗଲା ବିଭକ୍ତ, ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ଯୋଜନା କଲା ବୋର୍ଡ ।
୨୬. ଅଗଷ୍ଟ ୧୭ରୁ ମହାରାଷ୍ଟ୍ରରେ ଖୋଲିବ ସ୍କୁଲ, ସହର ଓ ଗ୍ରାମାଞ୍ଚଳ ପାଇଁ ଅଲଗା ଅଲଗା ନିୟମ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING 🌹🙏

Leave A Reply

Your email address will not be published.