ମଦମୁକ୍ତ ଭାରତ ପାଇଁ ଦିଲ୍ଲୀରେ ସ୍ଲୋଗାନ

0 331

ନୁଆଦିଲ୍ଲୀ,୧୭/୨(ଏସଏସନିୟୁଜ)ସମଗ୍ର ଦେଶରୁ ମଦ ବନ୍ଦ କରିବା ଦାବୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା) ସହ ୨୨ଟି ରାଜ୍ୟର ମଦବିରୋଧି ସଂଗଠନ ଏକାଠି ହୋଇ ମଦମୁକ୍ତ ଭାରତ ଗଠନ ନିମନ୍ତେ ନୁଆଦିଲ୍ଲୀରେ କଲେ ଶକ୍ତିପଦର୍ଶନ ।ଗତକାଲି ମଦମୁକ୍ତଭାରତ ସଙ୍ଗଠନର ଆବାହକ ପଦ୍ମଚରଣନାୟକ ଙ୍କ ନେତୃତ୍ୱରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶକୁମାର ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ ।ରାଜ୍ୟସଭାର ଉପାଧକ୍ଷ ହରିବଂଶନାରାୟଣ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ହୋଇଥିଲା ।ଏଥିରେ ଗାନ୍ଧୀବାଦି ରାଧା ଭଟ, ନାରିସଙ୍ଗଠିକା ବାଣିଦାସ,ସୁପ୍ରିମକୋର୍ଟବାରଆସୋସିଏସନର ସଭାପତି ଆଦିମଅଗ୍ରଓାଲ.ମହିଳା ସଙ୍ଗଠିକା ପୁଜାଛାବ୍ରା ଆଦି ଗାନ୍ଧିବାଦୀ ,ସଙ୍ଗଠକ ନେତୃତ୍ୱମାନେ ଯୋଗଦେଇ ବିହାର ଭଳି ଅନ୍ୟ ରାଜ୍ୟମାନଙ୍କରେ ମଦ ପ୍ରଚଳନକୁ ବନ୍ଦ କରିବାକୁ ଆହ୍ନାନ ଦେଇଥିଲେ ।ପରେ ସ୍ୱରାଜଇଣ୍ଡିଆର ଆବାହକ ଯୋଗେନ୍ଦ୍ରଯାଦବ ଜୀ ଯୋଗଦେଇ ମଦମୁକ୍ତ ଭାରତ ଗଠନ ପାଇଁ କରାଯାଉଥିବା ପ୍ରୟାସରେ ସମ୍ପୁର୍ଣ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ ।

ସମସ୍ତ ମୁଖ୍ୟମାନଙ୍କ ନିଷ୍ପତିକ୍ରମେ ଦିଲ୍ଲୀଘାଷଣାପତ୍ର ଭାବେ ୧୧ସୁତ୍ରୀ ପ୍ରସ୍ଥାବ ଗୃହିତ ହୋଇଥିଲା ।ସୋମବାରଦିନ ଦିଲ୍ଲୀର ଜନ୍ତରମନ୍ତରଠାରେ ଗଣଧାରଣା ହୋଇଥିଲା ।ଏକ ପଦଯାତ୍ରାରେ ବିଭିର୍ଣ ରାଜ୍ୟରୁ ଆସିଥିବା ମଦବିରୋଧି ସଙ୍ଗଠନମାନେ ଏକାଠିହୋଇ ବିଭିର୍ଣ ସ୍ଲୋଗାନମାନ ଦେଇ ଗଣଧାରଣାସ୍ଥଳକୁ ଯାଇଥିଲେ ।ପଥପ୍ରାନ୍ତ ନାଟକ ଓ ସଙ୍ଗୀତ ମାଧ୍ୟମରେ ମଦମୁ୍‌କ୍ତିର ବାର୍ତାଦେଇଥିଲେ ।ପୁଣି ଅକ୍ଟୋବର୨ତାରିଖରେ ନୁଆଦିଲ୍ଲୀରେ ବଡଧରଣର ଶକ୍ତିପଦର୍ଶନ କରି କେନ୍ଦ୍ରସରକାରଙ୍କ ଉପରେ ଚାପ ସୃଷ୍ଟିକରିବାକୁ ନିଷ୍ପତି ହୋଇଥିଲା ।ଶେଷରେ ରଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଦମୁକ୍ତ ଭାରତର ଆବାହକ ପଦ୍ମଚରଣନାୟକଙ୍କ ନେତୃତ୍ୱରେ ଏକ ପ୍ରତନିଧି ଦଳ ଯାଇ ପ୍ରଦାନ କରିଥିଲେ ।

Leave A Reply

Your email address will not be published.