ମାଡି ବସିଲେ ତଟରକ୍ଷୀ ବାହିନୀ

ଆଜିର ଖବର ତାରିଖ–୧୬-୦୯-୨୦୨୧(ଗୁରୁବାର)

0 291

ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ:–
୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୫. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ
୨. ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି:ନୂଆଦିଲ୍ଲୀ ।
୩. ଦୂରସଞ୍ଚାରର ବୃହତ ସଂସ୍କାର: ନିଯୁକ୍ତି, ବିକାଶ, ସୁସ୍ଥ ପ୍ରତିଯୋଗିତା ସହ ଉପଭୋକ୍ତାଙ୍କ ହିତକୁ କରିବ ପ୍ରୋତ୍ସାହିତ ।
୪. ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ‘ସଂସଦ ଟିଭି’ ର ଶୁଭାରମ୍ଭ କରିଛନ୍ତି ।
୫. ଭଞ୍ଜନଗରରେ କୃଷି ମହାବିଦ୍ୟାଳୟ ଠାରୁ ନୂତନ ରେଳପଥ ଓ ବିମାନବନ୍ଦର ପାଇଁ ୬ ପ୍ରସ୍ତାବ ଆଗତ ।
୬. ପାକିସ୍ତାନର କୁହାଳିଆ ବୋଲର, ଆମେ ଭାରତକୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରି ହରାଇବୁ ବୋଲି ପ୍ରକାଶ କରିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲ୍ଲୀ ।
୭. ବ୍ରାହ୍ମଣୀ ନଦୀ ଜଳସ୍ତର କମିଲା; ଉପରମୁଣ୍ଡରେ ବର୍ଷା ହେଲେ ବିପଦ ଆଶଙ୍କା ।
୮. ଭାରତୀୟ ଇଲାକାକୁ ପଶିଲା ପାକିସ୍ତାନୀ ଜାହାଜ, ୧୨ ଜଣଙ୍କୁ ମାଡି ବସିଲେ ତଟରକ୍ଷୀ ବାହିନୀ ।
୯. ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି । ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି । ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ ।
୧୦. ତାଲିବାନକୁ ପୋଷିବା ପାକିସ୍ତାନକୁ ପଡିଲା ମହଙ୍ଗା, ଆଫଗାନ ସୀମାରେ ଟଳି ପଡିଲେ ୭ ସୈନିକ ।
୧୧. ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି ।
୧୨. ଟାଇମ୍ ମାଗାଜିନ: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପୁଣି ମୋଦୀ । ମମତା ବାନାର୍ଜୀ, ଅଦାରା ପୁନାୱାଲାଙ୍କ ନାଁ ମଧ୍ୟ ସାମିଲ।
୧୩. ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲଣରେ ଓଡ଼ିଶା ପ୍ରଥମ, ୨୫୭୩୮ ମହିଳାଙ୍କ ପତ୍ତା ମିଳୁନି ।
୧୪. ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ ।
୧୫. ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’।
୧୬. ଅଟୋମେଟିକ୍ ରୁଟ୍ ମାଧ୍ୟମରେ ଟେଲିକମ୍ କ୍ଷେତ୍ରରେ ୧୦୦% ଏଫଡିଆଇକୁ ମଞ୍ଜୁରୀ: ଅଶ୍ୱିନୀ ବୈଷ୍ଣବ ।
୧୭. ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌, ବିଫଳ ଦେଶ କହି ସମାଲୋଚନା କଲା ଭାରତ ।
୧୮. ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
୧୯. ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ବୁଧବାର ରାତି ୮ଟା ସୁଦ୍ଧା ୨୮ଟି ଗେଟ୍‌ ଖୋଲା ଯାଇଥିବା ସୂଚନା ଦେଇଛନ୍ତି ।
୨୦. ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି ।
୨୧. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୧୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୩୭ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୪୫ଜଣ ରହିଛନ୍ତି । ଏଯାବତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୭୩ରେ ପହଞ୍ଚିଛି ।
୨୨. ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ରେ ନେଇପାରେ ଲଘୁଚାପର ରୂପ । ସେପଟେ ମହାନଦୀରେ ଆସିବ ବନ୍ୟା!
୨୩. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୮୭ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୦୮ କୁ ବୃଦ୍ଧି ହୋଇଛି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ଅଭାବ ଜୀବନରେ ସମସ୍ତଙ୍କର ଥାଏ କାହାର ସମୟ, କାହାର ସମ୍ପର୍କ,କାହାର ଧନ ଆଉ କାହାର ଶାନ୍ତିର ଅଭାବ ।ତାହା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତି ଯାଏ !! ଅର୍ଥ ମଣିଷର ଅବସ୍ଥିତି ପରିବର୍ତ୍ତନ କରିପାରିଲେ ମଧ୍ୟ କେବେହେଲେ ନିଜର ସ୍ଵଭାଵ କୁ ପରିବର୍ତ୍ତନ କରି ପାରେନା ।🙏ଜୟ ମା ମହାଲକ୍ଷ୍ମୀ🙏

Leave A Reply

Your email address will not be published.