ଆଜିର ଅନୁଚିନ୍ତା

ତାରିଖ : ୧୬.୦୯.୨୦୨୧,ଗୁରୁବାର

0 780

ଆଜିର ଅନୁଚିନ୍ତା
➡️”ଯେତେବେଳେ ମଣିଷ ଅନ୍ୟ କାହାକୁ ଅସମ୍ମାନ ବା ଅପମାନ କରୁଥାଏ , ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ ସେତେବେଳେ ସେ ଅନ୍ୟ କାହାର ନୁହେଁ ବରଂ ନିଜର ସମ୍ମାନ ହରାଉଥାଏ !!
➡️”ନିଜର ଆତ୍ମବିଶ୍ଵାସ କୁ ସବୁବେଳେ ସୁଦୃଢ କରନ୍ତୁ କାହିଁକିନା ଆତ୍ମବିଶ୍ବାସ ସୁଦୃଢ ଥିଲେ ଉଚ୍ଚପଦସ୍ଥ ଲୋକମାନେ ମଧ୍ୟ ଆପଣଙ୍କ ଆଗରେ ହାର୍ ମାନିବାକୁ ବାଧ୍ୟ ହେବେ !!
➡️”ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମ ମାନଙ୍କ ସହ ଲୁଚକାଳି ଖେଳୁଛି , କେବେ ସମୟ ଭିତରେ ନିଜକୁ ଛନ୍ଦି ଦିଅ ସମୟର ତାଳରେ ନିଜ ଗୋଡ ହାତ ବାନ୍ଧି ଦିଅ ଦେଖ ସମୟ ଖୁବ୍‌ ଆପଣାର ଲାଗିବ !!
➡️”ସମୟର ସୁଅରେ ସବୁକିଛି ଭାସିଯାଏ , ହେଲେ ସ୍ମୃତି ହୋଇ ରହିଯାଏ କାଲିର ଅତୀତ ଆଉ ଆଶା ହୋଇ ବଞ୍ଚି ରହେ ଆସନ୍ତା କାଲିର ଭବିଷ୍ୟତ !!
➡️”ଦିନ ପରେ ରାତି , ରାତି ପରେ ଦିନ ହେଲା ଭଳି ଜୀବନରେ ସୁଖ ଦୁଃଖ ଲାଗିରହିବ . ଏ ଜୀବନଟା ଗୋଟେ ରଙ୍ଗମଞ୍ଚ ଏଠି ଦୁଃଖରେ ହସିବାକୁ ପଡ଼ିବ , ଆଉ ସୁଖରେ କାନ୍ଦିବାକୁ ପଡ଼ିବ !!
ଆଜିର ସୁବିଚାର
➡️”ଯିଏ ତୁମ ପାଖକୁ ଆସି ଅନ୍ୟର ନିନ୍ଦା କରେ ସେ ତୁମ ନାଁ ରେ ବି ଅନ୍ୟ କାହା ପାଖରେ ନିନ୍ଦା କରେ ଏପରି ଲୋକଙ୍କଠୁ ଯେତେ ଦୂରତ୍ୱ ବଜାୟ ରଖିବେ ସେତେ ଭଲରେ ରହିବେ !!
➡️”ଦୁନିଆରେ ସବୁ ଜିନିଷ ଟଙ୍କାରେ କିଣାଯାଇ ପରେ କିନ୍ତୁ ସମ୍ପର୍କ କେବଳ ଦୁଇପଦ ମିଠା କଥା ଓ ଭଲପାଇବା ଦେଇ କିଣିହୁଏ …..
➡️”ଯଦି ଜୀବନରେ କାହାପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ୟର୍ଥ ଯିବନାହିଁ , ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ କିନ୍ତୁ ଈଶ୍ୱର ନୁହଁନ୍ତି । କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କୁ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ !
➡️”ବିପଦ ସମୟରେ ଯେଉଁ ବ୍ୟକ୍ତି ପ୍ରଥମେ ମନେପଡ଼େ ସେ ହଁ ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ…. !!
➡️”ଯେମିତି ଗୋଟିଏ ଛୋଟିଆ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ସଂପୂର୍ଣ୍ଣ ନଷ୍ଟ କରିଦିଏ , ସେହିପରି … ‘ ସନ୍ଦେହ’ର ଛୋଟିଆ ପୋକ , ଯେତେବେଳେ ସମ୍ପର୍କରେ ପଶେ ସେତେବେଳେ ବଡ଼ ବଡ଼ ସଂପର୍କକୁ ବି ନଷ୍ଟ କରିଦିଏ !!
ଆଜିର ନୀତିବାଣୀ
➡️”ଧନଠାରୁ ମନ କାଳେ କାଳେ ବଡ ଧନ ତ ଦୁଇ ଦିନର,ମନଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର !!
➡️”କୌଣସି ମଣିଷ ସବୁବେଳେ ଏକାଭଳି ରହି ନଥାଏ।ସମୟ, ପରିସ୍ଥିତି ଓ ଲୋକମାନେ ତାକୁ ବଦଳାଇବା ପାଇଁ ବାଧ୍ୟ କରି ଦିଅନ୍ତି
➡️”ଅଭାବ ଜୀବନରେ ସମସ୍ତଙ୍କର ଥାଏ କାହାର ସମୟ, କାହାର ସମ୍ପର୍କ,କାହାର ଧନ ଆଉ କାହାର ଶାନ୍ତିର ଅଭାବ ।ତାହା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତି ଯାଏ !!
➡️”ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ କେବଳ ନାମ ମାତ୍ର ହିଁ ବ୍ୟବହାର କରେ ତେବେ ତା’ଠୁ ନୀରବତାର ସହିତ ଦୂରେଇଯିବା ଉଚିତ.. !
➡️”ଗୋଟିଏ ବିଛଣା ରେ ଦୁଇଜଣ ଅଲଗା ଅଲଗା ଦିଗକୁ ମୁହଁ କରି ସୋଇବେ ନାହିଁ।ଶୋଇବା ବେଳେ ଉତ୍ତର ଦିଗକୁ ମୁଣ୍ଡ କରି ସୋଇବେ ନାହିଁ – ଏହା ବହୁତ ଖରାପ ଅଟେ !!
➡️”ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ କେବଳ ନାମ ମାତ୍ର ହିଁ ବ୍ୟବହାର କରେ ତେବେ ତା’ଠୁ ନୀରବତାର ସହିତ ଦୂରେଇଯିବା ଉଚିତ.. !
➡️”ଗୋଟିଏ ବିଛଣା ରେ ଦୁଇଜଣ ଅଲଗା ଅଲଗା ଦିଗକୁ ମୁହଁ କରି ସୋଇବେ ନାହିଁ।ଶୋଇବା ବେଳେ ଉତ୍ତର ଦିଗକୁ ମୁଣ୍ଡ କରି ସୋଇବେ ନାହିଁ – ଏହା ବହୁତ ଖରାପ ଅଟେ 🙏ଓଁ ମା ମହାଲକ୍ଷ୍ମୀ ନମଃ🙏ଶୁଭ ସକାଳଆଜି ଗୁରୁବାର ସୁଦଶା ବ୍ରତ ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ!!

Leave A Reply

Your email address will not be published.