କଟକ,୨୬।୮(ଏସଏସନିଉଜ)ମୁଣ୍ଡଳୀସ୍ତିତ ଏନଡିଆରଏଫରେ ଶୁକ୍ରବାରଦିନ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ନାରୀ ସଶକ୍ତ ପରିବାର ଅଭିଯାନ ତତ୍ତ୍ୱାବଧାନରେଏନଡିଆରଏଫର ରିକ୍ରିଏସନ୍ ହଲ୍ ରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିରରେ ମୁଖ୍ୟତଃ ସ୍ତ୍ରୀରୋଗ ସମସ୍ୟା ସମ୍ବନ୍ଧୀୟ ସଚେତନତା କରାଯାଇଥିଲା।ଏହା ସହିତ ଉପସ୍ଥିତ ମହିଳାମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଆସିଥିବା ଡ଼ାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମରେ ଏସିବି ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗର ଡିନ୍ ଡକ୍ଟର ଜ୍ୟୋତିର୍ମୟୀ ନାୟକ, ଏସସିବି ସ୍ତ୍ରୀ ରୋଗ ବିଭାଗର ଏଚ୍ଓଡି ସସ୍ମିତା ସ୍ୱାଇଁ ଏବଂ ସେମାନଙ୍କ ଟିମ୍ ଉପସ୍ଥିତ ଥିଲେ।ଏହି ଅବସରରେ ଏନଡିଆରଏଫରକମାଣ୍ଡାଣ୍ଟ ଶ୍ରୀ ନଗେନ୍ଦ୍ର ଶର୍ମା, ଡକ୍ଟର ନୀରଜ କୁମାର, ଡକ୍ଟର ଲିଟନ୍ ବିଶ୍ୱାସ ଏବଂ ପ୍ରବୀଣ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
