ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ପାଣି

କଟକ,୨୬।୯(ଏସଏସନିଉଜ)ହୀରାକୁଦରୁ ଗେଟ୍ ଖୋଲିବା ପରେଶୁକ୍ରବାର ଦିନ ମୁଣ୍ଡଳୀରେ ଆସି ପହଞ୍ଚିଛି ବନ୍ୟାଜଳ।ବନ୍ୟା ଜଳ ଦେଖିବା ପାଇ ସ୍ଥାନୀୟ ଲୋକମାନଙ୍କ ଭିଡ ଆରମ୍ଭ ହୋଇଯାଇଛି। ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ଆସି ପହଞ୍ଚିଛି ମୁଣ୍ଡଳୀରେ।
ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୧୨ ହଜାର ୫୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପୂର୍ବାହ୍ନ ୧୧ ଟା ସୁଦ୍ଧା ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି। ୧ ଟା ସୁଦ୍ଧା ୫ ଲକ୍ଷ ୭୮ ହଜାର ୧୮୦ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୭୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୬.୬୦ ଫୁଟ ଜଳସ୍ତର ରହିଛି। ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ଦେଖାଦେଇଛି। ସେପଟେ ମୁଣ୍ଡଳୀରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି। ତା ସହିତ ବର୍ଷା ଲାଗି ରହିଛି।
ମୁଣ୍ଡଳୀ ବ୍ୟାରେଜର ଜଳସ୍ତର ବିପଦ ସଂକେତ ହେଉଛି, ଉପର ମୁଣ୍ଡରେ ୯୭.୨୫ ଫୁଟ ଏବଂ ତଳ ମୁଣ୍ଡରେ ୯୫.୦୫ ଫୁଟ। ମୁଣ୍ଡଳୀ ଦେଇ ୧୨ ଲକ୍ଷ ଜଳ ପ୍ରବାହିତ ହେଲେ ତଳମୁଣ୍ଡରେ କିମ୍ବା ତଳ ମୁଣ୍ଡରେ ଥିବା ନଦୀ କୂଳିଆ ଅଞ୍ଚଳରେ ବନ୍ୟା ଦେଖାଦେଇଥାଏ। ଯେହେତୁ ବର୍ତ୍ତମାନ ମୁଣ୍ଡଳୀରେ ସେଭଳି କୌଣସି ବିପଦ ସଂକେତ ନାହିଁ ତଥାପି ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.