ମହାଦୁର୍ନତି ଅଭିଯୋଗ ଆଣିଲେ ଚାଷୀ

0 176

ଜଟଣୀ,୬/୯(ଏସଏସନିୟୁଜ) ଜଟଣୀରେ ଥିବା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ ଓ ସମ୍ପ୍ରସାରଣ କେନ୍ଦ୍ରରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି କେତେକ ସଫଳ ଚାଷୀ । କୃଷି କାର‌୍ୟ୍ୟାଳୟର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଧାଂଶୁ ମୋହନ ପ୍ରଧାନ ଏବଂ ତତ୍ୱାବଧାରକ ଶରତ ଚନ୍ଦ୍ର ଓଝା ଙ୍କ ବିରୁଦ୍ଧରେ ଚାଷୀମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।ଚାଷୀମାନେ କହିଛନ୍ତି ଯେ, ଏହି ଦୁଇଜଣ ପ୍ରାୟସମୟରେ ଫିଲ୍ଡ ଯାଇଥିବାର ବାହାନା କରି ଅନୁପସ୍ଥିତ ରହିଥାନ୍ତି ।ଯାହାଫଳରେ ସରକାରୀ ଯୋଜନା ବିଷୟରେ ଚାଷୀମାନେ ଜାଣିପାରୁନାହାନ୍ତି ।ଆସୁଥିବା ପନିପିବା ବିହନଗୁଡିକୁ ଚାଷୀମାନଙ୍କ ପରିବର୍ତେ ବାହାରେ ଅଧିକ ମୁଲ୍ୟରେ ବିକ୍ରି କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।ଚାରା ଯୋଗାଣ, ସ୍ପ୍ରିଙ୍କଲନ ପାଇପ ଆଦି ଯୋଗାଇବାକୁ ଲାଞ୍ଚ କାରବାର ହୋଇଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଚାଷୀମାନେ ଅତିଷ୍ଠ ହୋଇ ଏବିଷୟରେ ଜିଲ୍ଲାପ୍ରଶାସନ ସହ ସ୍ଥାନୀୟ ବିଧାୟକ,ସାଂସଦଙ୍କୁ ଲିଖିତ ଅଭିଯେଗ ପତ୍ର ପ୍ରଦାନ କରି ନ୍ୟାୟଭିକ୍ଷା କରିଛନ୍ତି ।ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମିଦିନରେ ଆମ୍‌ହୁତି ଦେବାକୁ ପଛାଇବୁନାହିଁ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.