ଭୁବନେଶ୍ବର,୬/୯(ଏସଏସନିୟୁଜ) ୧୩ ତାରିଖରେ କଟକ ସହର ବନ୍ଦ । କଟକ ସହର ବନ୍ଦ ଡ଼ାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ତରଫରୁ ଦିଆଯାଇ ଥିବା ଗାଇଡ଼୍ ଲାଇନ୍ କୁ ବିରୋଧ କରି ଏହି ବନ୍ଦ ଡ଼ାକରା ଦିଆଯାଇଥିବାନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ୍ୱ ଏହି ସୁଚନା ଦେଇଛନ୍ତି ।କରୋନାପାଇଁ ପୂଜାପାର୍ବଣ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।ଏହାସହ ଆବଦ୍ଧ ମଣ୍ଡପରେ ୪ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଅନୁମତି ଦେଇଛନ୍ତି ସରକାର ।ଏହାସହ ସିଏମସି ପକ୍ଷରୁ ମଧ୍ୟ ଗଣେଶ ପୁଜାପାଇଁ କେତେକ କଟକଣା ଜାରିକରିଛନ୍ତି ।ତେବେ ପାର୍ବଣ ଗାଇଡଲାଇନକୁ ବିରୋଧ କରି କଟକ ନଗର ବିଜେପି ପକ୍ଷରୁ କଟକ ବନ୍ଦର ଡାକରା ଦିଆଯାଇଛି ।