ପ୍ରେସର ବୋମା ବିସ୍ଫୋରଣରେ ଜଣେ ଗୁରୁତର

ମାଲକାନଗିରି, ୬/୯(ଏସଏସନିୟୁଜ)ରାସ୍ତାରେ ଯାଉଥିବାବେଳେ ଗଛରେ ଲଗାଯାଇଥିବା ପୋଷ୍ଟରକୁ ଦେଖିବାପାଇଁ ଯାଇଥିଲେ । ହଠାତ୍ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା ।ଗୁରୁତର ଆହତ ହୋଇଯାଇଥିଲେ ଆଲାମ ବ୍ରହ୍ମାୟାଡୁ ନାମକ ଜଣେ ଗ୍ରାମବାସୀ । ବ୍ରହ୍ମାୟାଡୁ ନିଜ ମଟର ସାଇକେଲରେ କୋତ୍ତାଗୁଡୁମ ଟାଉନ ମଧ୍ୟରେ ରହିଥିବା ଚେରଲା ଲେନିନ କଲୋନୀ ଦେଇ ଯାଉଥିଲେ । କଲୋନୀ ନିକଟରେ ଥିବା ଏକ ଗଛରେ ମାଓବାଦୀ ପୋଷ୍ଟର ମାରିଥିବାରଦେଖି କଣ ଲେଖାଯାଇଛି ଦେଖିବାକୁ ମଟର ସାଇକେଲନେଇ ଯାଇଥିଲେ । ଗଛ ନିକଟରେ ନକ୍ସଲ ଦ୍ବାରା ପୋତା ଯାଇଥିବା ପ୍ରେସର ବୋମା ହଠାତ୍ ବିସ୍ଫୋରଣ ହୋଇଥିଲା।ଫଳରେ ବ୍ରହ୍ମାୟାଡୁ ଗୁରୁତର ଆହତ ହୋଇଥିଲେ।ଖବରପାଇ ପୋଲିସ ପହଂଚି ସେହି ଅଞ୍ଚଳକୁ ସିଲ କରିବା ସହ ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.