ମହାପାପ କରୁଛନ୍ତି ରାଜ୍ୟ ସରକାର

ଆଜିର ଖବର ତାରିଖ–୧୩-୦୮-୨୦୨୧(ଶୁକ୍ରବାର)

0 255

୧. ‘ଓବିସିଙ୍କୁ ଅଧିକାର ନଦେଇ ରାଜ୍ୟ ସରକାର ମହାପାପ କରୁଛନ୍ତି’ ।
୨. ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଗପହଣ୍ଡି ଠାରେ ଏକ କଟନ ଗିନିଂ ଆଣ୍ଡ ପ୍ରେସିଂ ମିଲ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
୩. ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ ।
୪. ଦ୍ଵିତୀୟ ଟେଷ୍ଟରେ ରୋହିତ ଏବଂ ରାହୁଲଙ୍କ ଦମଦାର ବ୍ୟାଟିଂ: ସୃଷ୍ଟି କଲେ ଅନେକ ରେକର୍ଡ ।
୫. ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର ।
୬. ତୃତୀୟ ଲହର ସମ୍ଭାବ୍ୟ ମୁକାବିଲା ପାଇଁ ଏସିଏସ୍‌ ଲେଖିଲେ ଚିଠି, ଗଠନ ହେବ ଟାସ୍କଫୋର୍ସ ।
୭. ହିମାଚଳ ପ୍ରଦେଶ ଭୂ-ସ୍ଖଳନରେ ଉଦ୍ଧାର କାମ ଜାରି । ବଢିଚାଲିଛି ମୃତ୍ୟୁସଂଖ୍ୟା । ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ।
୮. ବଢୁଛି ସଂକ୍ରମଣ, ଅଗଷ୍ଟ ୩୦ ଯାଏଁ ଲକଡାଉନ କଟକଣା ବୃଦ୍ଧି କଲେ ଦିଦି : ଅନ୍ୟ ରାଜ୍ୟ ତୁଳନାରେ ସ୍ଥିତି ଚିନ୍ତାଜନକ ।
୯. ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ: କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ, ଟାର୍ଗେଟରେ ପିଲା ।
୧୦. ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡ, ଓଡ଼ିଶାରୁ ୧୫ ଜଣଙ୍କୁ ମିଳିବ ପୁରସ୍କାର ।
୧୧. ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର ।
୧୨. ଦେଶରେ କରୋନାଭାଇରସ୍‌ର ଦୈନିକ ସଂକ୍ରମଣ ମାମଲା ଆଜି ପୁଣି ୪୧ ହଜାର ଉପରେ ରହିଛି । ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୯୦ ଲୋକଙ୍କ ମୃତ୍ୟୁ ଘଟିଛି ।
୧୩. ଟିକାକରଣ ତ୍ବରାନ୍ବିତ ହେବ, ଫାଇଜର ଟିକାର ୫ କୋଟି ଡୋଜ୍‌ କିଣିବାକୁ ଯୋଜନା ।
୧୪. ଭାରତୀୟ ପଦକ ବିଜେତାଙ୍କୁ ୨.୫ କୋଟି ପୁରସ୍କାର ଦେବ ଜେଏସ୍‌ଡବ୍ଲ୍ୟୁ ।
୧୫. ‘ୟେ ଆଜାଦୀ ଝୁଟା ହୈ’ ବା ସ୍ବାଧୀନତା ମିଛ ବୋଲି କହି ୧୯୬୪ରୁ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରୁ ନ ଥିବା କିମ୍ବା ସ୍ବାଧୀନତା ଦିବସ ପାଳନ କରୁ ନ ଥିବା ସିପିଆଇ(ଏମ୍‌) ପ୍ରଥମ ଥର ପାଇଁ ଚଳିତ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୫ରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ ।
୧୬. ୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ ।
୧୭. ଯୁବ ଇଞ୍ଜିନିୟର ଅନିଲ ପ୍ରଧାନଙ୍କ ସଫଳତା ପ୍ରତ୍ୟେକ ଭାରତୀୟ ଏବଂ ଓଡ଼ିଆଙ୍କ ପାଇଁ ଗୌରବ – ଧର୍ମେନ୍ଦ୍ର ପ୍ରଧାନ ।
୧୮. ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୭୨: ସୁସ୍ଥ ହେଲେ ୨୨୭ ଆକ୍ରାନ୍ତ ।
୧୯. ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!
୨୦. ତୃତୀୟ ଲହର ପାଇଁ ସଜବାଜ: ଶିଶୁଙ୍କ ପାଇଁ ୩ ହଜାର ବେଡ୍ ନିଷ୍ପତ୍ତି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING

Leave A Reply

Your email address will not be published.