ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

0 144

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି । ଏଥିରେ ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ; ଢୋଲମହୁରୀ, ପଇକଆଖାଡା, ଲଉଡି,ଘଂଟ,ସଙ୍କିର୍ତନ ଦଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.