ମହାରାଷ୍ଟ୍ର ହାଲ୍ ବେହାଲ୍‌:

ସକାଳର ଖବର , ତାରିଖ : ୧୨/୦୪/୨୦୨୧,ସୋମବାର

0 445

୧-ଟିକା ଉତ୍ସବର ଆରମ୍ଭ କଲେ ମୋଦି, ଦେଲେ ଏହି ୪ଟି ମନ୍ତ୍ର – ଇଚ ୱାନ-ଟିକା ୱାନ’, ଇଚ ୱାନ-ଟ୍ରିଟ ୱାନ’, ‘ଇଚ ୱାନ-ସେଭ ୱାନ’ ଏବଂ ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।
୨-ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ ।
୩-ପିପିଲିରେ ନିର୍ବାଚନ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ଆସନ୍ତା ୧୩ରେ ଆସିବେ ଧର୍ମେନ୍ଦ୍ର ।
୪-ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ।
୫-ବଡ଼ ବନ୍ଦରରେ ମାଲ ପରିବହନ କମିଲା, ପାରାଦୀପର ବଢ଼ିଲା । ପାରାଦୀପ ବନ୍ଦରର ମାଲ ପରିବହନରେ ୧.୬୫ ପ୍ରତିଶତ ବୃଦ୍ଧି ଘଟି ୧୧୪.୫୪ ନିୟୁତ ଟନ୍ ରହିଥିବାବେଳେ ମାର୍‌ମାଗାଓ ବନ୍ଦରର ମାଲ ପରିବହନ ୩୭.୬୦ ପ୍ରତିଶତ ବୃଦ୍ଧି ଘଟି ୨୧.୯୫ ନିୟୁତ ଟନରେ ପହଞ୍ଚିଛି।
୬-୫ବର୍ଷର ଶିଶୁ ୧୦୫ ମିନିଟରେ ୩୬ଟି ପୁସ୍ତକ ପଢ଼ି କଲେ ଦୁଇ ଦୁଇଟି ରେକର୍ଡ ।ଏଥିସହିତ ଲଣ୍ଡନ ୱାଲର୍ଡ ବୁକ ଅଫ ରେକର୍ଡସ ଓ ଏସିୟା ବୁକ ଅଫ ରେକର୍ଡସରେ ତାର ନାମ ସାମିଲ ହୋଇଛି ।
୭- ‘ଫୁଲ-ଭଗବାନ ଫାଉଣ୍ଡେସନ୍‌’ ଆନୁକୂଲ୍ୟରେ ବିଶିଷ୍ଟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ
‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ ।
୮- ପିପିଲି ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଅଜିତ ମଙ୍ଗରାଜ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନ୍‌ରେ ପିସିସି ସଭାପତି ।
୯-ମିଆଁମାର ରେ ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଥିବା ଜୋରଦାର ଯୁଦ୍ଧରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି ହତ୍ୟା କରିଛି।
୧୦-ବୀମା ପରେ ପେନ୍‌ସନ୍ ପାଳି, ଏଫ୍‌ଡିଆଇ ସୀମା ୭୪%କୁ ବଢ଼ିପାରେ ।
୧୧-ମହାରାଷ୍ଟ୍ର ହାଲ୍ ବେହାଲ୍‌: ଗତ ୨୪ ଘଣ୍ଟାରେ ୬୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୪୯ ମୁଣ୍ଡ ନେଲା କରୋନା ।
୧୨-ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.