ମହାରାଷ୍ଟ୍ରରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ୫୦ ହଜାର ଫାଇନ୍

ସକାଳର ଖବର ,ତାରିଖ : ୨୨/୦୪/୨୦୨୧,ଗୁରୁବାର

0 241

➡️୧-ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ । ଅଂଶଗ୍ରହଣ କରିବେଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ।
➡️୨-କରୋନା ଯୋଗୁଁ ସ୍ଥଗିତ ହେଲା ବିହାର ପଞ୍ଚାୟତ ନିର୍ବାଚନ! ୧୫ ଦିନ ପରେ ବସିବ ସମୀକ୍ଷା ।
➡️୩-ଆସନ୍ତା ୨୫ ତାରିଖରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସର ଓପିଡି, କର୍ମଚାରୀ ପଜିଟିଭ୍ ପରେ ନିଆଗଲା ନିଷ୍ପତ୍ତି ।
➡️୪-ମାଟ୍ରିକ୍ ପରୀକ୍ଷାକୁ ବାତିଲ କଲେ ସରକାର । ସିବିଏସଇ ଢ଼ାଂଚାରେ ପ୍ରକାଶ ପାଇବ ରେଜଲ୍ଟ । ଚାରିଟି ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ହୋଇପାରେ ମୂଲ୍ୟାୟନ ।
➡️୫-ଏଣିକି ୫୦% କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ ଚାଲିବ ।
➡️୬-ବିକ୍ରି ମୂଲ୍ୟ ଧାର୍ଯ୍ୟ ହେଲା ରୁଷର ସ୍ପୁଟନିକ-ଭି କରୋନା ଟିକା, ଏବେ ଭାରତରେ ୭୫୦ଟଙ୍କାରେ ବିକ୍ରି ହେବ ।ଏହାର ଉତ୍ପାଦନ କରୁଥିବା ଡାକ୍ତର ରେଡ୍ଡୀସ ଲ୍ୟାବ ପକ୍ଷରୁ ସୂଚନା ।
➡️୭-ଟିକାଦାନ କରି ଭାରତର ଆଉ ଏକ ସଫଳତା, ଟିକାଦାନ ସଂଖ୍ୟା ୧୩ କୋଟି ଅତିକ୍ରମ କରିଲା
➡️୮-ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ ।
➡️୯-ଭାରତ ଛାଡ଼ିବ ବିଶ୍ବର ଅଗ୍ରଣୀ ଆର୍ଥିକ ସଂସ୍ଥା ବିଦେଶୀ ସିଟି ବ୍ୟାଙ୍କ ।
➡️୧୦-ମହାରାଷ୍ଟ୍ର ଅମ୍ଲଜାନ ଗ୍ୟାସ୍ ଲିକ ଘଟଣା: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ମୃତକଙ୍କ ପରିବାରକୁ ଦିଆଯିବ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଅମ୍ଲଜାନ ଯୋଗାଉଥିବା ଏକ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।
➡️୧୧-ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ବଞ୍ଚାଇଥିବା ରେଳବାଇର କର୍ମଚାରୀଙ୍କୁ ଏବେ ମିଳିବ ବାଇକ ଉପହାର ।ଜାୱା ମୋଟରସାଇକେଲ କମ୍ପାନିର ମାଲିକ ତଥା ନିର୍ଦେଶକ ଅନୁପମ ଥରେଜାଙ୍କ ସୂଚନା ।
➡️୧୨-ଇଣ୍ଡୋନେସିଆରେ ଏକ ବୁଡାଜାହାଜ ୫୩ ଯାତ୍ରୀ ସହ ନିଖୋଜ, ସରକାର ଲୋଡିଲେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆର ସହାୟତା ।
➡️୧୩-ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା ।
➡️୧୪-ବ୍ୟବସାୟରେ ରେକର୍ଡ, ୨୦୨୦-୨୧ ବର୍ଷ ରେ ଏଲ୍‌ଆଇସିର ୧.୮୪ ଲକ୍ଷ କୋଟି ନୂଆ ପ୍ରିମିୟମ୍ ସଂଗ୍ରହ ।
➡️୧୫-ଆଜି ରାତି ୮ରୁ ମେ ପହିଲା ଯାଏ ମହାରାଷ୍ଟ୍ରରେ ମିନି ଲକ୍‌ଡାଉନ୍ ଘୋଷଣା,ଏଣିକି ଗ୍ରୋସରୀ ଏବଂ ହୋଟେଲ ଆଦି ଦିନରେ କେବଳ ୪ ଘଣ୍ଟା ଖୋଲିବ।
➡️୧୬-ଆଜିଠାରୁ ମହାରାଷ୍ଟ୍ରରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସର । ବିବାହରେ ଯୋଗ ଦେବେ କେବଳ ୨୫ ଜଣ ଲୋକ, ଉଲ୍ଲଙ୍ଘନ କଲେ ୫୦ ହଜାର ଫାଇନ୍ ।
➡️୧୭-ରେକର୍ଡ଼ ସୃଷ୍ଟି କଲା ଇମରାନ୍‍ ହାଶମୀଙ୍କ ଗୀତ ‘ଲୁଟ୍‍ ଗୟେ’ । ରିଲିଜ୍‍ ହେବାର ପ୍ରାୟ ୬୦ ଦିନ ମଧ୍ୟରେ ଏହି ଗୀତକୁ ୫୦୦ ମିଲିୟନ ଲୋକ ଦେଖି ସାରିଲେଣି ।
➡️୧୮-ଚଳିତ ଆଇପିଏଲ୍‌ର ୧୪ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଥିବା ଡେଭିଡ୍ ୱାର୍ନରଙ୍କ ଦଳ ପଏଣ୍ଟ ତାଲିକାରେ ଏକାଥରକେ ସବାଶେଷ ଅଷ୍ଟମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି।
➡️୧୯-ଗତକାଲି ଆଇପିଏଲ୍‌ର ୧୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୧୮ ରନ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରି ଶୀର୍ଷ ସ୍ଥାନର ଅଧିକାର କରିଛି ।
➡️୨୦-ବିଦେଶରେ ଖେଳିବାକୁ ଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ୍ କରୋନା ସଂକଟ ପାଇଁ ସ୍ଥଗିତ । ଆସନ୍ତାମାସ ୮ ଓ ୯ ତାରିଖରେ ଲଣ୍ଡନରେ ବ୍ରିଟେନ୍ ବିପକ୍ଷରେ ଭାରତ ଖେଳିଥା’ନ୍ତା।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.