ମେ’ ୧୬ ପିପିଲି ଉପନିର୍ବାଚନ

0 282

ପିପିଲି.୨୨/୪(ଏସଏସନିୟୁଜ) ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଭୋଟ୍ ତାରିଖ ମେ’ ୧୩ ବଦଳରେ ମେ’ ୧୬ କୁ ପରିବର୍ତ୍ତନ କରିଛନ୍ତି । ମେ’ ୧୩ରେ ଇଦ୍-ଉଲ-ଫିତର ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚିବାର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି। ଏହାସହ ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେବ। ରାଜନୈତିକ ସଭା କିମ୍ବା ସମାବେଶକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ କେବଳ ପ୍ରଚାର କରିପାରିବେ । ୧୩ ତାରିଖ ସଂଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ। ସର୍ବାଧିକ ୫ ଜଣଙ୍କୁ ଏକାଠି ହୋଇ ଘରକୁ ଘର ବୁଲି ପ୍ରଚାର କରିବାକୁ ଯିବାର ଅନୁମତି ଦିଆଯାଇଛି। ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ଯୋଗାଇ ଦିଆଯିବ ବୋଲି କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ନୂଆ ଗାଇଡଲାଇନ ପ୍ରସ୍ତୁତରେ ଏହା ଦର୍ଶାଯାଇଛି ।ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତଙ୍କ ପରଲୋକ ପରେ ପରିବାରରୁ କେହି ନିର୍ବାଚନ ମଇଦାନକୁ ଓହ୍ଲାଇବେ ନାହିଁ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.