ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

0 160

ସମ୍ବଲପୁର, ୪/୧୦(ଏସଏସନିୟୁଜ) ସମ୍ବଲପୁରରେ ଅଘଟଣ । ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଗୋଟିଏ ପରିବାରର ପିଲା ଓ ବାପା କୁମିଶାଇ ୩ଜଣଭାସି ଯାଇଛନ୍ତି ।ଖବରପାଇ ଅଗ୍ନିଶମବାହିନୀ ପାଣିରେ ଭାସିଥିବା ବାପା ମହମ୍ମଦ ଅଲତାଫ (୪୦) ଓ ତାଙ୍କ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।ଝିଅ ରୁକସାନା ପରବିନ (୧୨)କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ । ଦଲେଇପଡା ଘାଟରେ ଅପରାହ୍ନ ୪ଟା ସମୟରେ ପେନସନପଡାର ୪୦ ବର୍ଷିୟ ଏମଡି ଅଲତାଫ ତାଙ୍କ ର ପୁଅ ଏମଡି ଅଲତାଫ ଓ ଝିଅ ରୁକସାନା ପରଵିନ ଗାଧେଇବା କୁ ଆସିଥିବା ସମୟରେ ପାଣି ର ସୁଅରେ ଭାସି ଯାଇଥିବା ଜଣାପଡିଛି ।

 

Leave A Reply

Your email address will not be published.