ମକର ସଂକ୍ରାନ୍ତିରେ କାଳିଜାଇ ପୀଠ ଓ ଧବଳେଶ୍ୱର ପୀଠ ବନ୍ଦ

ଭୁବନେଶ୍ୱର,୧୩/୧(ଏସଏସନିଉଜ)ଗୋଟେପଟେ କୋରୋନା ଓ ଓମିକ୍ରୋନ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଜନଗହଳିକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ ବିଭିର୍ଣ ପଦକ୍ଷପମାନ ଗ୍ରହଣ କରାଯାଉଛି ।ଏହି ଆଧାରରେ ମକରସଂକ୍ରାନ୍ତିରେ ଭୀଡ ହେବାର ଆଶଙ୍କାକରି ମାଆ କାଳିଜାଇଙ୍କ ପୀଠକୁ ବନ୍ଦ ରଖାଯାଇଥିବାବେଳେ ପ୍ରଭୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ମକର ସଂକ୍ରାନ୍ତିରେ ଉଭୟପୀଠକୁ ଶ୍ରଦ୍ଧାଳୁମାନେ ଆସିବା ପାଇଁ ବାରଣ କରାଯାଇଛି । ଆଠଗଡ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରଜ୍ଞାପରମିତା ପୃଷ୍ଟି ପୀଠ ପରିସର, ଝୁଲାପୋଲ, ସାଇକେଲ ଷ୍ଟାଣ୍ଡ, ଧବଳେଶ୍ୱର ପୋଲିସ ସହାୟତା କେନ୍ଦ୍ର ଆଦି ସ୍ଥାନମାନଙ୍କରେ ୧୪୪ଧାରା ଜାରି କରିଛନ୍ତି ।ସେହିଭଳିଭାବେ କାଲି ସାଧାରଣ ଲୋକଙ୍କ ପାଇଁ କାଳିଜାଇ ପୀଠ ଯିବାକୁ ମନା ହୋଇଛି ବୋଲି କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀ ସୂଚନା ଦେଇଛନ୍ତି ।ଏହାସହ ଚଳିତବର୍ଷ ଅଟ୍ରି ମକର ମେଳା ବନ୍ଦ ରହିବ ବୋଲି ଜଣାପଡିଛି ।

- Advertisement -

Leave A Reply

Your email address will not be published.