ହାତୀ ପାଇଁ ବନ୍ଦ ହେଲା ସଫାରୀ

0 254

ବାରଙ୍ଗ,୧୩/୧(ଏସଏସନିଉଜ) ପୁଣି କିଛିମାସର ବ୍ୟବଧାନ ପରେ ନନ୍ଦନକାନନରେ ଚନ୍ଦକାହାତୀଙ୍କ ଉପ୍ତାତ ଦେଖିବାକୁ ମିଳିଛି ।ବୁଧବାର ନନ୍ଦନକାନନରେ ଚନ୍ଦକା ଜଙ୍ଗଲର ଦୁଇ ଦନ୍ତାହାତୀ ପ୍ରବେଶ କରି ପରିସର ଜଙ୍ଗଲରେ ରହିଥିବାରୁ ଗୁରୁବାର ଦିନକପାଇଁ ବାଘ,ସିଂହ, ଭାଲୁ ଓ ତୃଣଭୋଜି ସଫାରୀକୁ କର୍ତ୍ତୁପକ୍ଷ ବନ୍ଦ ରଖିଛନ୍ତି।ବୁଧବାର ଦ୍ବିପହରରେ ଚନ୍ଦକା ଜଙ୍ଗଲରୁ ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଟ ସୁରକ୍ଷା ପାଚେରି ଭାଙ୍ଗି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଥିଲେ।ହାତୀଦୁଇଟି ପରିସରରେ ଘୂରିବୁଲିବା ସହିତ ହାତୀ ସଫାରୀ ଯାଇ ସେଠାରେ ହାତୀଙ୍କ କୈାଣସି କ୍ଷତି ନ କରି ବାଘ ସଫାରୀ ରାସ୍ତାଦେଇ ଗଲାବେଳେ ସଫାରୀର ତାରଜାଲିକୁ ଧକ୍କାଦେବାରୁ ତାହା ଶୋଇପଡିଥିଲା।ସେଠାରୁ ହାତୀ ଦୁଇଟି ହମିରାଟାଙ୍ଗି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।
ଚନ୍ଦକା ଓ ନନ୍ଦନକାନନର ବନବିଭାଗ କର୍ମଚାରୀଙ୍କ ମିତିତ ସହଯୋଗରେ ହାତୀ ଘୋଡାଇବା ପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ।ଗୁରୁବାର ସକାଳେ ହାତୀ ଦୁଇଟି ହମିରାଟାଙ୍ଗି ଜଙ୍ଗଲରୁ ବାହାରି ୧୦ ନମ୍ବର ଓ ୧ ନମ୍ବର ଫାଟକ ମଝି ରାସ୍ତା କଡ ଜଙ୍ଗଲରେ ଦେଖାଦେଇଥିଲେ।ଏହାଫଳରେ ଖୋଲାଯାଇଥିବା ୪ସଫାରୀ କୁ ଗୋଟିଏଦିନକପାଇଁ ବନ୍ଦ ରଖିଥିଲେ ।ଏହାସହିତ ୧ନମ୍ବର ଫାଟକରେ କୈାଣସି ପର୍ଯ୍ୟଟକଙ୍କୁ ସଫାରୀ ରହଣିସ୍ଥଳକୁ ଛାଡିନଥିଲେ ଓ ୧୦ ନମ୍ବର ଫାଟକକୁ କିଛି ସମୟ ପାଇଁ ଜନସାଧାରଣଙ୍କ ଚଳପ୍ରଚଳକୁ ବାରଣ କରିଥିଲେ ନନ୍ଦନକାନନ କର୍ତୁପକ୍ଷ । ଉପନିର୍ଦେଶକଙ୍କ ତତ୍ତ୍ବାବଧାନରେ ଚନ୍ଦକା ଓ ନନ୍ଦନକାନନର ବନକର୍ମଚାରୀମାନେ ପୁଣିଥରେ ହାତୀ ଘଉଡାଇବାକୁ ଉଦ୍ୟମ ଆରମ୍ଭ କଲାପରେ ଦୁଇ ଦନ୍ତାହାତୀ ରାସ୍ତା କଡ ଜଙ୍ଗଲରୁ ବାହାରି ସିଂହ ଓ ବାଘ ସଫାରୀ ଫିଡିଙ୍ଗଚାମ୍ବରର ମଝି ଜଙ୍ଗଲରେଲୁଚି ରହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶୁଥିବାରୁ ନନ୍ଦନକାନନର ସୁରକ୍ଷା ପାଚେରିକୁ ସୁଦୃଢ କରିବାପାଇଁ ପ୍ରତିବର୍ଷ ଲକ୍ଷାଧିକଟଙ୍କା ବିନିଯୋଗରେ ସିକ୍ୟୁରିଟ ରେଞରଙ୍କ ତତ୍ୱାବଧାନରେ ଖର୍ଚ୍ଚ ଚାଲିଛି ।ରେଞରବାବୁ କେତେବେଳେ ନୁଆ ତ କେତେବେଳେ ପୁରୁଣାପ୍ରାଚୀରକୁ ଭାଙ୍ଗି ନୁଆରୁପରେଖ ଦେଇଛନ୍ତି ।ଏହାସତ୍ୱେ ରେଞରବାବୁଙ୍କ ଦାୟିତ୍ବହୀନତା ପାଇଁ ଜଙ୍ଗଲୀ ହାତୀଙ୍କ ପ୍ରବେଶକୁ ରୋକାଯାଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।ଏଥିପ୍ରତି ସରକାର ଦୃଷ୍ଟି ଦେଇ ହାତୀପାଇଁ ହୋଇଥିବା ପ୍ରାଚୀର କାମକୁ ତର୍ଜମା କରିଲେ ପକୃତ ତଥ୍ୟ ଜଣାପଡିପାରନ୍ତା ବୋଲି ଆଲୋଚନା ହେଉଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.