ମାକୁ ମାରିବାକୁ ଉଦ୍ୟମକରି ଗିରଫହେଲା ପୁଅ

0 203

ବାରଙ୍ଗ,୨୯ା୯ (ଏସଏସନିଉଜ) ପୁଅ ଜନ୍ମହେବା ପରେ ଖୁସିରେ ଝୁମି ଉଠିଥିଲେ ପରିବାର। ଭାବିଥିଲେ ପୁଅ ବଡ ହେଲେ ବୃଦ୍ଧ ବୟସରେ ପିତାମାତାଙ୍କ ସାହାରା ବନିବ। ହେଲେ ସମୟ ଗଡିବା ସହ ପିତାଙ୍କ ମୃତ୍ୟୁ ଘଟିଲା। ପୁଅ ବଡ ହେବ ପରେ ମାଙ୍କ ସାହାରା ହେବ ବଦଳରେ ବିଭିନ୍ନ ଅପରାଧିକକାର୍ଯ୍ୟକଳାପରେ ଲିପ୍ତ ରହିଲା। ଯାହା ପରିବାର ପାଇଁ ଏକ ବୋଝ ବନିଗଲା। ଏତିକିରେ ପୁଅର ମନ ବୁଝିଲାନି ଯେ ନିଜର ଜନ୍ମ କଲା ମାକୁ ଟଙ୍କା ମାଗିବାରୁ ମା ସେଥିରେ ରାଜି ନହେବାରୁ ହତ୍ୟା ଉଦ୍ୟମ କରିବା ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ।ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ମଧୁପୁର ଗ୍ରାମରେ। ସୂଚନା ମୁତାବକ ମଧୁପୁର ଗ୍ରାମର ପ୍ରେମଲତା ପ୍ରଧାନ (୬୨)ଙ୍କୁ ତାଙ୍କ ପୁଅ ସୌଭାଗ୍ୟ ପ୍ରଧାନ ଓରଫ ଟୁଲୁ (୪୨) ଅନେକ ସମୟରେ ମାରଧର କରିବା ସହ ଟଙ୍କା ମାଗିଥାଏ। ବହୁବାର ଏଭଳି ଘଟଣା ଘଟିଥିଲେ ସୁଦ୍ଧା ଅନେକ ଧମକ ଚମକ ଦେଇ ମାଙ୍କୁ ଚୁପ୍ କରାଇ ଦିଏ। ଠିକ୍ ସେହିଭଳି ଚଳିତ ବର୍ଷ ଜୁନ୨୩ ତାରିଖରେ ଟୁଲୁ ମା ପ୍ରେମଲତାଙ୍କୁ ୧୨ହଜାର ଟଙ୍କା ମାଗିଥିଲା। ଏତେ ଟଙ୍କା ପ୍ରେମଲତା କେଉଁଠୁ ଆଣିକି ଦେବେ ବୋଲି କହି ମନା କରିଦେବାରୁ ଏଥିରେ ଉତଖୀପ୍ତ ହୋଇ ଟୁଲୁ ନିଜ ଜନ୍ମକଲା ମାଙ୍କୁ ଆଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା। କୌଶଳ କ୍ରମେ ପ୍ରେମଲତା ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବାରଙ୍ଗ ପୋଲିସ କେସନଂ ୨୩୧/୨୩ରେ ଏକମାମଲା ରୁଜୁ କରିଥିଲା। ସେହିଦିନଠାରୁ ଅଭିଯୁକ୍ତ ଟୁଲୁ ଫେରାର ହୋଇଯାଇଥିଲା। ବିଶ୍ଵସ୍ତସୂତ୍ରରୁ ଖବରପାଇ ବାରଙ୍ଗଥାନା ଅଧିକାରୀ ଆକାଶଚନ୍ଦ୍ରରଣା ଦୀର୍ଘ ୩ମାସପରେ ଟୁଲୁକୁ ଶୁକ୍ରବାରଦିନ ଗିରଫ କରି କୋର୍ଟଚାଳଣ କରିଛନ୍ତି । ସେଠାରେ ତାରଜାମିନ ଖାରଜହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଟୁଲୁ ହତ୍ୟା, ଛିନତାଇ, ହତ୍ୟା ଉଦ୍ୟମ ଆଦି ବିଭିନ୍ନ ସଙ୍ଗୀନ ଅପରାଧରେ ଜଡ଼ିତ ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।(ଗୈାତମରାଉତଙ୍କରିପୋର୍ଟ)

 

 

Leave A Reply

Your email address will not be published.