ମଧୁପୁର ଓ ମେଣ୍ଢାଶାଳରେ ଇନ୍ଦୁପୁର୍ଣିମା

0 173

ବାରଙ୍ଗ,୨୯ା୯(ଏସଏସନିଉଜ)ମଧୁପୁର ଗାଁରେ ସବୁବର୍ଷଭଳି ଚଳତବର୍ଷ ଇନ୍ଦୁପୁର୍ଣିମା ଓ ଭାଗବତ ଜନ୍ମୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଏଥିନିମନ୍ତେ ସକାଳୁ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା ।ରାତିରେ ଭଜନସମାରୋହ ସହ ପ୍ରଭୂଙ୍କ ନାମକିର୍ତନ କରାଯାଇଥିଲା ।ମଧୁପୁର ଗ୍ରାମବାସୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉସ୍‌ବରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଦାଳୁମାନେ ଯୋଗଦେଇଥିଲେ ।ଶେଷରେ ଗ୍ରାମବାସୀମାନଙ୍କଦ୍ୱାରା ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ ଚଳିତବର୍ଷ ସବୁବର୍ଷପରି ଭଗବତଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି ।ପ୍ରତ୍ୟୁଷରୁ ପଂଚଉପଚାରରେ ଠାକୁରଙ୍କୁ ପୁଜନପରେ ଦିନ୧୦ରେ ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା ।ପରେପରେ ମନ୍ଦିର ପରିସରରେ ବାଲ୍ୟଲୀଳା ଅନୁଷ୍ଠିତ ହୋଇଥିଲା ।ରାତ୍ରା ୮ଟାରେ ଶ୍ରୀମଦଭାଗବତଗ୍ରନ୍ଥ ପୂଜନ ଉସ୍‌ବ ଅନୁଷ୍ଠିତ ହୋଇଥିଲା ।ରାତ୍ରୀରେ ଅନୁଷ୍ଠିତ ମହୋସ୍ୱବ କାର୍ଯ୍ୟକ୍ରମପରେ ଭକ୍ତମାନଙ୍କପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ଗୋପାଳସାହି ଭଗବତଗୃହରେ ଭଗବତଜନ୍ମସ୍‌ବପାଳନ ସହ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।(ପଦ୍ମଚରଣବଡଜେନା ଓ ଦୀପକନାୟକଙ୍କରିପୋର୍ଟ)

Leave A Reply

Your email address will not be published.