ମାଲବାହୀ ଟ୍ରକରୁ ମିଳିଲା ଗଞ୍ଜେଇ

0 470

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ) ଗଞ୍ଜେଇ ଚୋରାଚାଲାଣ ସୁବର୍ଣ୍ଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲି କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା । ଗାଡି ଦୃତ ଗତିରେ ପାଳାଇବାରୁ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା ଟାଉନ ପୋଲିସ । ସେଠାରେ ପୋଲିସ ଗାଡିକୁ ଅଟକ ରଖି ତନାଘନା କରିଥିବାବେଳେ ଗଞ୍ଜେଇ ଥିବା ଜାଣି ଥିଲା । ଗାଡିରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି ପୋଲିସ । ଗାଡିରେ ପ୍ରାୟ ୫ କୁଇଂଟାଲ ଗଞ୍ଜେଇ ଥିବା ଜଣା ପଡିଥିବାବେଳେ ଏହାର ଅନୁମାନିକ ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.