ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

ଖବର ଆଜିର ତାରିଖ ୦୯-୧୦-୨୦୨୧/ଶନିବାର

0 235

୧-ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶନ। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍‌ରେ ଇଶାନ କିଶନ ବିସ୍ଫୋରଣ ବ୍ୟାଟିଂ କରି ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି।
୨-ବିଜୟ ସହ ନିଜର ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ମନୀଷ ପାଣ୍ଡେଙ୍କ ଅଧିନାୟକତ୍ଵ ଇନିଂସ ବେକାର .
୩-ଶେଷ ବଲ୍‌ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ, ଚମକିଲେ ମ୍ୟାକ୍ସଓ୍ଵେଲ .।
୪-ହାଇଦ୍ରାବାଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିବା ପରେ କଲେ ଭାବୁକ ପୋଷ୍ଟ ।
୫-ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ; RBI ଜାରିକଲା ଗାଇଡଲାଇନ ୬-ରାଜ୍ୟ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ୧୧% ମହଙ୍ଗା ଭତ୍ତା : ରାଜ୍ୟ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ନଭେମ୍ବର ମାସ (ଅକ୍ଟୋବରର ଦରମା)ରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ ।
୭-IPL-୨୦୨୧ ପାଇଁ ପ୍ଲେଅଫ୍ ଲାଇନଅପ୍ ଚୂଡ଼ାନ୍ତ । ପ୍ଲେଅଫ୍‌ରେ ରହିଲେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଓ କୋଲକାତା ।
୮-ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
୯-ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର ।
୧୦-ହୋଇପାରିଲାନି ବେଲ୍: ଜେଲ୍ ଗଲେ ଷ୍ଟାର ସନ୍ସ ଆର୍ଯ୍ୟନ, ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍ ।
୧୧-ଲଖିମପୁର ହିଂସା ନେଇ ୟୁପି ସରକାରଙ୍କ ଉପରେ ବର୍ଷିଲେ ସପ୍ରିମକୋର୍ଟ । କାହିଁକି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ବୋଲି କଲେ ପ୍ରଶ୍ନ ।
୧୨-ବିରୋଧ ସତ୍ତ୍ୱେ ଗୁଆହାଟି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହାତେଇନେଲା ଆଦାନୀ ଗ୍ରୁପ୍‌ ।
୧୩-୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ କିଣିଲା ଟାଟା: ଟ୍ୱିଟ୍ କରି ରତନ ଟାଟା କହିଲେ ୱେଲକମ୍ ବ୍ୟାକ୍ ଏୟାର ଇଣ୍ଡିଆ ।
୧୪-ଏୟାର ଇଣ୍ଡିଆର ପୁନଃ ନିର୍ମାଣ ପାଇଁ ଯଥେଷ୍ଟ ଉଦ୍ୟମ କରାଯିବ: ରତନ ଟାଟା .
୧୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ କଥାହୋଇ ସେ ଜାପାନ୍‍ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
୧୬-ସୁନ୍ଦରଗଡ଼ ପରେ ଏବେ ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍, ଏସ୍‌ଏଚ୍‌ଜି ମହିଳା କରିବେ ପରିଚାଳନା
୧୭-ବାହୁବଳୀ ବିଧାୟକ ଗଲେ ଜେଲ୍ । ବାଲୁଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ବିବାଦରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ ।
୧୮-ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ହୃଦରୋଗ ଥିବାରୁ ଖୋର୍ଦ୍ଧା ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
୧୯-ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସବୁଠୁ ବଡ଼ ଖୁଲାସା । ହତ୍ୟା ନୁହେଁ ଦୁର୍ଘଟଣା କହିଲା କ୍ରାଇମବ୍ରାଞ୍ଚ ।
୨୦-ହାତୀ ପୋଷ୍ଟମର୍ଟମ ରିପୋର୍ଟ ନେଇ ପ୍ରଶ୍ନ ଅନେକ, ହେଲେ ଉତ୍ତର କମ୍: ବିଶେଷଜ୍ଞ କହିଲେ, ଡାକ୍ତର କିଭଳି ଜାଣିଲେ ମାନସିକ ଆଘାତରେ ଯାଇଛି ଜୀବନ ।୨୧-ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଭ୍ରଷ୍ଟ ବାବୁଙ୍କ ବିରୋଧରେ ସିଧା FIR କରିପାରିବେ CBI ।
୨୨-ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ ।
ଶୁଭ ସକାଳ,ସୁପ୍ରଭାତ ।ବିଶ୍ବାସ ନହେଲେ ବି ସତ-ତଳେ ବସି ଠାକୁର ପୂଜା କଲେ ଦୁଃଖ ମିଳେ… ପଥର ଉପରେ ବସି ପୂଜାକଲେ ରୋଗ ବୃଦ୍ଧି ହୋଇଥାଏ… କାଠର ପିଢା ଉପରେ ବସି ପୂଜା କଲେ ଦୁର୍ଭାଗ୍ୟ ମାଢ଼ିଥାଏ… କୁଶ କିମ୍ବା କପଡା ଆସନ ଉପରେ ବସି ପୂଜା କରିବା ଉଚିତ୍….

Leave A Reply

Your email address will not be published.