ଦଶହରା ପରେ ବଳ ଗୋଟାଇ ଆସିବ ବାତ୍ୟା

ଖବର ଆଜିର,ତାରିଖ ୦୮/୧୦/୨୧, ଶୁକ୍ରବାର

0 232

୧-ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ।
୨-ଭୁବନେଶ୍ୱର:ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ
୩-ଚାନ୍ଦିପୁରରୁ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ।
୪-ପୁରୀ: ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର
୫-ପୁରୀ:ବନ୍ଧା ହେଲେ ଠକ LIC ଏଜେଣ୍ଟ କବିରାଜ ବେହେରା ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି ଟଙ୍କା।
୬-ବଳ ଗୋଟାଇ ଆସିବ ବାତ୍ୟା । ଦୁଇଟି ଲଘୁଚାପ ମିଶି ବଢାଇବେ ଶକ୍ତି, ଦଶହରା ପରେ ପରେ ଉପକୂଳରେ ହୋଇପାରେ ମାଡ
୭-୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ନୀତି ସହିତ ରାଜ୍ୟ ସରକାର ସହମତ ନୁହଁନ୍ତି।
୮-ରାଜ୍ୟରେ ପିଆଜ ଦର ଅଣାୟତ୍ତ : ଦୁଇ ଦିନ ଭିତରେ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି।
୯-ଦେଶର ୧୦୦ଟି ସମୁଦ୍ରବେଳାକୁ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ: ଅଶ୍ୱିନୀ ଚୌବେ।
୧୦-ଫୋର୍ବ୍ସ ଧନୀ ତାଲିକା: ପୁଣି ଶୀର୍ଷରେ ଅମ୍ବାନୀ।ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୪ ବିଲିୟନ ଡଲାର ବୃଦ୍ଧି ପାଇ ୯୨.୭ ବିଲିୟନ ଡଲାରରେ ପହଞ୍ଚିଛି।
୧୧-ମିଳିଲାନି ବେଲ୍, ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ।
୧୨-ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କଲେ ମମତା ବାନାର୍ଜୀ।
୧୩-ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା।
ମନୁଷ୍ୟ ବହୁ କଷ୍ଟ କରି ଯେଉଁ ଧନ ଉପାର୍ଜନ କରେ, ତାହାକୁ ଧର୍ମମାର୍ଗରେ ଉପଯୋଗ କରାଯିବା ଉଚିତ ; ସେହି ଧର୍ମ ଯଦି ସାକ୍ଷାତ୍ ଭଗବାନ୍ ପରମପୁରୁଷଙ୍କ ଆରାଧନାରୂପେ କରାଯାଉଥାଏ, ତେବେ ତାହା ପରଲୋକରେ ମୁକ୍ତିର ହେତୁ ହୋଇଯାଏ ବୋଲି କୁହାଯାଇଛି । ଧନ ଅର୍ଜନେ ଧର୍ମ କରି ।ଧର୍ମେ ପ୍ରାପତ ନରହରି ।ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ❣️ଶ୍ରୀଜଗନ୍ନାଥ ଶରଣଂ❣️ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.