ଆଜିର ଅନୁଚିନ୍ତା

ତାରିଖ - ୦୮:୧୦:୨୦୨୧(ଶୁକ୍ରବାର)

0 215

🦋ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କରନ୍ତୁ, ପରନ୍ତୁ କାହା ଜୀବନ ମଞ୍ଚରେ ନୁହେଁ ।
🦋 ଅପ୍ରିୟ ସତ କଥା :-ଆମର ଏ ସମାଜ…କୁକୁର 🐕 ରଖିଥିବା ଲୋକଙ୍କୁ ଧନୀ…ଗାଈ 🐄 ରଖିଥିବା ଲୋକଙ୍କୁ ଗରିବ କୁହେ ।
🦋ମଣିଷକୁ ସମୟ ନାହିଁ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ କିନ୍ତୁ ଏଠି ସ୍ବପ୍ନ ଦେଖେ ସ୍ମଶାନରୁ ସିଧା ସ୍ବର୍ଗକୁ ଯିବା ପାଇଁ ।
🦋କୌଣସି ଆଶା ବିନା, ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରୟ କରନ୍ତି, ସେମାନଙ୍କ ହାତରେ ସୁଗନ୍ଧ ଆସେ ।
🦋Single Life Is Best Life କିନ୍ତୁ ସେଇଟା… ଧୋକା ଖାଇବା ପରେ ହିଁ ବୁଝାପଡେ।
ଆଜିର ନୀତିବାଣୀ
➡️”କେବଳ ସାପ ନୁହେଁ କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି , ସାପକୁ ତ ଦେଖି ଚିନ୍ହି ହୁଏ କିନ୍ତୁ ବିଷାକ୍ତ ମଣିଷ କୁ ଚିନ୍ହିବା ଖୁବ କଷ୍ଟ !!
➡️”ସମୟ ସହ ଯଦି କୌଣସି ସମ୍ପର୍କ ବଦଳିଯାଏ, ତାହାଲେ ବୁଝିନେବେ ଯେ ସେ ସମ୍ପର୍କ, ସମ୍ପର୍କ ହିଁ ନ ଥିଲା , ଥିଲା କେବଳ “ପ୍ରୟୋଜନ” !!
➡️”ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡି ଦେବେ ନିଜ ସ୍ବାର୍ଥ ପାଇଁ ➡️”ଜୀବନରେ ଯାହାବି କିଛି ଘଟେ ଆମ ଭଲ ପାଇଁ । ଖରାପ ସମୟ ଏଥିପାଇଁ ଆସେ କି ଆମ ଭୁଲର ଶିକ୍ଷା ଆମକୁ ଦେବା ସହ ଭଲ ସମୟର ମୂଲ୍ୟ ଜଣାଇଥାଏ
➡️”ଦୁଃଖ କହିବା ଓ ଶୁଣିବା ଭିତରେ ଅନେକ ଫରକ ଥାଏ,କାହିଁକି ନା ଦୁଃଖ ଶୁଣୁଥିବା ଲୋକଟି କେବଳ ଅନୁଭବ କରିଥାଏ,କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗେ ନିଭାଇ ଥାଏ !!
ଆଜିର ଅନୁଚିନ୍ତା
➡️”କେବେ ଥରେ ନିଜର କଥା କହିବାର ଶୈଳୀକୁ ବଦଳାଇ ତ ଦେଖ , କିଏ ତୁମକୁ କେତେ ନିଜର ବୋଲି ଭାବେ ଆପେ ଆପେ ଜାଣି ପାରିବ !!
➡️”ସମୟ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ , ଯଦି ତୁମେ ତୁମର ସମୟକୁ ସଠିକ୍ ଭାବରେ ବ୍ୟବହାର କରିବ ତେବେ ତୁମେ ନିଶ୍ଚିତ ଭାବରେ ତୁମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ , ଏଥିରେ କୌଣସି ସନ୍ଦେହ ନାହିଁ !!”
➡️”ଆଜି ସମୟ ଏପରି ସ୍ଥିତିରେ ଅଛି ଯେ , ହଠାତ କିଛି ବି ଘଟିପାରେ . ତେବେ ପରମେଶ୍ବରଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ !!
➡️”ଜୀବନରେ ଏତେ ଭୁଲ୍ କରନାହିଁ ଯେମିତି ପେନସିଲ ସରିବା ପୂର୍ବରୁ ରବର ସରିଯିବ . ଆଉ ରବରକୁ ଏତେ ଘସ ନାହିଁ ଯେମିତି ଭୁଲ ଲିଭୁ ଲିଭୁ ଜୀବନର ଫର୍ଦ୍ଦ ଚିରିଯିବ !!
➡️”ଆପଣଙ୍କ ଠାରୁ ବୟସରେ ବଡ଼ ବ୍ୟକ୍ତି ମାନଙ୍କ କଥା ସର୍ବଦା ଭଲ ଭାବରେ ଶୁଣନ୍ତୁ , କାହିଁକିନା ସେମାନେ ଯେତେବେଳେ ବି କିଛି କହିଥାନ୍ତି ନିଜ ଅଭିଜ୍ଞତା ଅନୁଯାୟୀ କହିଥାନ୍ତି !!
ଆଜିର ସୁବିଚାର
➡️”ନିଜ ବାପା ମାଆ ଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀ ଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ … !!
➡️”ସବୁବେଳେ ନିଜ ଶକ୍ତି ଉପରେ ଭରସା ରଖ , କାରଣ ଅନ୍ୟର ଶକ୍ତିରେ ଯୁଦ୍ଧ ଲଢ଼ି ପାରିବ କିନ୍ତୁ ଜିତି ପାରିବ ନାହିଁ !!
➡️”ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ , ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା , ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ !!
➡️”ମଣିଷ ଜୀବନରେ ହାରିବା,ଜିତିବା , ଏହା ନିଜକର୍ମ ଉପରେ ନିର୍ଭର କରେ .. ମଣିଷ ଯଦି ନିଜ କର୍ମରେ ଅବହେଳା କରେ ତାହେଲେ ହାରିବା ସୁନିଶ୍ଚିତ .. ! ଆଉ ଯଦି … । ନିଜ କର୍ମ କୁ ଭଗବାନ ଭାବି ମନଦେଇ କରି ଚାଲିବେ ତାହେଲେ ସଫଳତା ଶିର୍ଷରେ ପହଞ୍ଚିବେ ……. !!
➡️”ବିଶ୍ବାସ ସେହି ଠାରେ ହାରି ଯାଏ ଯେଉଁ ଠାରେ ଥାଏ ଛଳନା ର ମିଛ ଅଭିନୟ !
🙏ଜୟ ମା ସନ୍ତୋଷୀ🙏ଶୁଭ ସକାଳଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.