କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

0 174

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ରାଜ୍ଯରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ ସଂକ୍ରମଣ ସଂଖ୍ୟା। ୫ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ଯା। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୭୬୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଏବଂ ଖୋର୍ଦ୍ଧା ଜିଲ୍ଲା ପଛକୁ କଟକ ଜିଲ୍ଲାରୁ ୫୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ଯରେ ମହାମାରୀ କରୋନା କବଳରୁ ଆରୋଗ୍ୟ ଲାଭ କରିଛନ୍ତି ୭,୮୧,୪୮୮ ଓ ଆକ୍ଟିଭ କେସ ରହିଛି ୬୨,୫୧୫। ରାଜ୍ଯରେ ଏଯାବତ୍ ୮,୪୭,୩୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.